ତୃଣ ମୂଳ କଂଗ୍ରେସ (ଟିଏମସି) ସାଂସଦ ମହୂଆ ମୋଇତ୍ରାଙ୍କୁ ପିଛା ଛାଡୁନି ସମସ୍ୟା। ନଦିଆ ଡିଲ୍ଲା କୃଷ୍ଣନଗରସ୍ଥିତ ତୃତୀୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ କୋର୍ଟ ଏକ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟରେ ହାଜର ହେବା ପାଇଁ ତାଙ୍କୁ ଅନେକ ସମନ ଜାରି ହୋଇଥିଲା। ତେବେ ସେ ହାଜର ନ ହେବାରୁ ଶେଷରେ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। କଥିତ ଆପତ୍ତିଜନକ ବୟାନ ଲାଗି କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି।ଅଭିଯୋଗରେ ମହୂଆ ମୋଇତ୍ରାଙ୍କ ବିରୋଧରେ ମହିଳାଙ୍କ ସମ୍ମାନକୁ ଠେସ୍ ପହଞ୍ଚାଇବା, ପୃଥକ-ପୃଥକ ସମୂଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା, ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିବା ଓ ଅପରାଧିକ ଧମକ ଦେବା ଆଦି ଅଭିଯୋଗ କରାଯାଇଛି, ଯାହା ଦ୍ୱାରା ଶାନ୍ତି ଭଙ୍ଗ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା।
