ଫାଶୀ ଦଣ୍ଡବିଧାନକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଏବେ ପାଇଁ ଫାଶୀ ଦଣ୍ଡ ଦେବାର ପ୍ରଚଳିତ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଫାଶୀ ବଦଳରେ ଲେଥାଲ୍(lethal injection)ଇଞ୍ଜେକ୍ସନ୍ କିମ୍ବା ଅନ୍ୟ ବିକଳ୍ପ ପ୍ରଣାଳୀ ଆଣିବାର ଦାବିକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ| ଏହା ସହ ସ୍ପଷ୍ଟ କରିଛନ୍ତି ଯେ, ବର୍ତ୍ତମାନ ଦେଶରେ ଫାଶୀ ଦେବାର ବ୍ୟବସ୍ଥା ସମ୍ବିଧାନିକ ରୂପରେ ବୈଧ ରହିବ।ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହେଟ୍ଟାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ।
କୋର୍ଟ କହିଛନ୍ତି ଯେ, ସିଆର୍ପିସିର ଧାରା ୩୫୪(୫) ଏବଂ ବିଏନ୍ଏସ୍ର ଧାରା ୩୯୩(୫) ଅନୁସାରେ ରହିଥିବା ଫାଶୀ ଦେବା ପ୍ରକ୍ରିୟାକୁ ବାତିଲ କରିବା ପାଇଁ ବର୍ତ୍ତମାନ ପର୍ଯ୍ୟାପ୍ତ ଆଧାର ନାହିଁ । ଏହାସହ ମାମଲାଟିକୁ ବଡ଼ ବେଞ୍ଚ୍ ନିକଟକୁ ପୁନର୍ବିଚାର ପାଇଁ ପଠାଇବାକୁ ମଧ୍ୟ କୋର୍ଟ ମନା କରିଦେଇଛନ୍ତି । ଅର୍ଥାତ୍, ବର୍ତ୍ତମାନ ପାଇଁ ଦେଶରେ ଫାଶୀ ଦଣ୍ଡ ଦେବାର ପ୍ରଚଳିତ ବ୍ୟବସ୍ଥା ଜାରି ରହିବ ।
