ହୀରାକୁଣ୍ଡରେ ଉପରମୁଣ୍ଡରେ ଜାରି ରହିଛି ବର୍ଷା। ଜଳଭଣ୍ଡାରରେ ଜଳ ପ୍ରବେଶ ବଢ଼ିବା ପରେ ଆଉ ୩ଟି ଗେଟ୍ ଖୋଲାଯାଇଛି। ଏବେ ମୋଟ୍ ୧୦ଟି ଗେଟ୍ ଦେଇ ମହାନଦୀକୁ ଜଳ ନିଷ୍କାସନ କରାଯାଉଛି। ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୯.୮୭ ଫୁଟ ରହିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ଅଧିକ ଗେଟ୍ ଖୋଲାଯାଇଛି । ଯେଉଁଥିରୁ ବାମପାର୍ଶ୍ୱର ୭ଟି ଓ ଡାହାଣପାର୍ଶ୍ୱର ୩ଟି ଗେଟ୍ ଦେଇ ପାଣି ନିଷ୍କାସନ କରାଯାଉଛି। ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ହାରାହାରି ୨ଲକ୍ଷ୧ହଜାର ୭୧୦ କ୍ୟୁସେକ୍ ପାଣି ପ୍ରବେଶ କରୁଥିବା ବେଳେ ୧ ଲକ୍ଷ ୪୪ହଜାର ୫୦୯ ହଜାର କ୍ୟୁସେକ୍ ପାଣି ନିଷ୍କାସନ କରାଯାଉଛି ।। ଜଳଭଣ୍ଡାରରେ ଜଳ ପ୍ରବେଶ ଓ ନିଷ୍କାସନ ଉପରେ କର୍ତ୍ତୃପକ୍ଷ ନଜର ରଖିଥିବା ବେଳେ ଆଗାମୀ ସ୍ଥିତିକୁ ଦେଖି ଗେଟ୍ ସଂଖ୍ୟା ବଢ଼ାଇବା କିମ୍ବା କମାଇବା ନେଇ ନିଷ୍ପତ୍ତି ନିଆଯିବ।ସେହିପରି ଗତକାଲି ରେଙ୍ଗାଲି ଡ୍ୟାମର ୩ ଗେଟ୍ ଦେଇ ବନ୍ୟା ଜଳ ଛାଡିଥିଲା ରେଙ୍ଗାଲି ଡ୍ୟାମ । ରେଙ୍ଗାଳି ଡ୍ୟାମର ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବା ବେଳେ ବର୍ତ୍ତମାନ ଗଚ୍ଛିତ ଜଳରାଶି ୧୨୩.୨୪ ମିଟର ରହିଥିଲା । ଡ୍ୟାମକୁ ସେକେଣ୍ଡ ପିଛା ୫ହଜାର ୧୭୭ ଘନମିଟର ବନ୍ୟାଜଳ ପ୍ରବେଶ କରୁଥିବାବେଳେ ତିନୋଟି ଗେଟ୍ ଏବଂ ପାୱାର ଚାନେଲ ଦେଇ ସେକେଣ୍ଡ ପିଛା ୫ହଜାର ୪୭୩ ଘନମିଟର ବନ୍ୟାଜଳ ନିଷ୍କାସନ ହେଉଥିଲା ।
