ବନ୍ୟାରେ ୭ ଜିଲ୍ଲା ପ୍ରଭାବିତ ହୋଇଛି । ଭଦ୍ରକ, ଯାଜପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଜଗତସିଂହପୁର, କେନ୍ଦ୍ରାପଡ଼ା ପ୍ରଭାବିତ ହୋଇଥିବା କହିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ । ଏ ସବୁ ଜିଲ୍ଲାରେ ସତର୍କ ସୂଚନା ସହ ପ୍ରାଣୀଙ୍କୁ ଉଚ୍ଚ ସ୍ଥାନକୁ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟା ଯୋଗୁଁ ମୋଟ ୮୮ଟି ବ୍ଲକ ପ୍ରଭାବିତ ହୋଇଥିବା ବେଳେ ୨ ଲକ୍ଷ ୯୨ ହଜାର ୧୯୪ ଗାଈ-ମଇଁଷି, ୧ ଲକ୍ଷ ୬୧ ହଜାର ୯୮୩ ଛେଳି-ମେଣ୍ଢା, ୮୩ ହଜାର ୨୬୫ ଚାଷୀ ଏବଂ ୪୪ ହଜାର ୪୫୯ କୁକୁଡ଼ା ପ୍ରଭାବିତ ହୋଇଛନ୍ତି।ପ୍ରାଣୀମାନଙ୍କ ଚିକିତ୍ସା ଓ ସୁରକ୍ଷା ପାଇଁ ୩୬ଟି ରାପିଡ୍ ରେସପନ୍ସ ଟିମ୍ ମୁତୟନ କରାଯାଇଛି। ଏହାସହ ୫୦ଟି ଆନିମଲ ହେଲଥ୍ କ୍ୟାମ୍ପ କରାଯାଇଛି। ଏହି କ୍ୟାମ୍ପଗୁଡ଼ିକରେ ପ୍ରାଣୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଟୀକାକରଣ ମଧ୍ୟ ଜାରି ରହିଛି।ବନ୍ୟା ପୀଡ଼ିତଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି।
