ନାନ୍ଦେଡ଼ ଜିଲ୍ଲାରେ ଜଣେ ଝିଅ କାନ୍ଦି କାନ୍ଦି ମୃତ ପ୍ରେମିକକୁ ବିବାହ ପାଇଁ କହୁଛି। କ୍ଷଣିକ ପାଇଁ ପ୍ରେମିକ ନାଁର ମଥାରେ ସିନ୍ଦୂର ପିନ୍ଧିଥିଲେ ଯୁବତୀ ।ଯୁବତୀ ଜଣକ ଯୁବକଙ୍କୁ ପ୍ରେମ କରୁଥିଲେ, କିନ୍ତୁ ତାଙ୍କ ପରିବାର ଏହି ପ୍ରେମକୁ ବିରୋଧ କରୁଥିଲେ । ନାନ୍ଦେଡ଼ ସହରର ପୁରୁଣା ଗଞ୍ଜ ଅଞ୍ଚଳରେ ଯୁବତୀଙ୍କ ବାପା ଦୁଇ ପୁଅ ଏବଂ ଅନ୍ୟମାନଙ୍କ ସହିତ ମିଶି ପ୍ରେମିକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ । ପୋଲିସର ସୂଚନା ଅନୁଯାୟୀ, ଯୁବକଙ୍କୁ ପ୍ରଥମେ ଗୁଳି କରାଯାଇଥିଲା ଏବଂ ପରେ ମୁଣ୍ଡକୁ ପ୍ରହାର କରି ହତ୍ୟା କରାଯାଇଥିଲା।ଏହି ଘଟଣା ପରେ, ଝିଅଟି ତାଙ୍କ ମୃତ ପ୍ରେମିକଙ୍କ ଘରକୁ ଗଲା ଏବଂ ଅନ୍ତିମ ସଂସ୍କାର ପୂର୍ବରୁ ମୃତଦେହ ସମ୍ମୁଖରେ ନିଜ ମଥାରେ ପ୍ରେମିକ ନାଁର ସିନ୍ଦୁର ଲଗାଇ ତାଙ୍କ ମରଶରୀରକୁ ବିବାହ କଲା । ଏହି ସମୟରେ, ଝିଅଟି ହତ୍ୟାକାରୀ ବାପା, ମା ଏବଂ ଭାଇମାନଙ୍କୁ ମୃତ୍ୟୁଦଣ୍ଡ ଦେବାକୁ ଦାବି କଲା।ମୃତ ଯୁବକ ଜଣକ ଝିଅ ଭାଇର ବନ୍ଧୁ ଥିଲେ ଏବଂ ପ୍ରାୟତଃ ସେମାନଙ୍କ ଘରକୁ ଆସୁଥିଲେ । କିନ୍ତୁ, ଝିଅଟିର ପରିବାର ସେମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଜାଣିପାରିଲେ । ଏହା ପରେ ଝିଅଟିର ଭାଇ ପ୍ରେମିକକୁ ତାଙ୍କ ଭଉଣୀଠାରୁ ଦୂରେଇ ରହିବାକୁ ଧମକ ଦେଇଥିଲେ । ହେଲେ ଦୁହେଁ ଏକଥାକୁ ମାନିନଥିଲେ । ପରେ ଝିଅଟିର ବାପା, ଦୁଇ ପୁଅ ଏବଂ ଅନ୍ୟ ବନ୍ଧୁଙ୍କ ସହିତ ମିଶି ପ୍ରେମିକକୁ ଆକ୍ରମଣ କରି ଜୀବନ ନେଇଯାଇଥିଲେ ।ମୃତକଙ୍କ ମାଆ ଅଭିଯୋଗ ଆଧାରରେ, ଇତୱାରା ପୋଲିସ ଷ୍ଟେସନ ହତ୍ୟା ଏବଂ ଅନ୍ୟାନ୍ୟ ଅଭିଯୋଗରେ ଝିଅର ବାପା ମା ଏବଂ ଦୁଇ ଭାଇଙ୍କ ସମେତ ଆଠ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ପୋଲିସ କିଛି ଘଣ୍ଟା ମଧ୍ୟରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ପ୍ରେମିକକୁ ମାରି ଦେଲେ ବାପା ଓ ଭାଇ, ମୃତଦେହ ସହ ବିବାହ କଲେ ଯୁବତୀ
By madhulekha1 Min Read
