ଲୋକପ୍ରିୟ ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ଆଜିକାଲି ଚର୍ଚ୍ଚାରେ । ଏହି ଅଭିନେତ୍ରୀ ଏବେ କରଣ ଜୋହରଙ୍କ ରିଆଲିଟି ଶୋ, “ଦି ଟ୍ରେଟର୍ସ”ରେ ନଜର ଆସିବେ। ଏହି ଶୋ’ର ଅନେକ ପ୍ରୋମୋ ରିଲିଜ୍ ହୋଇଛି, ଯେଉଁଥିରେ ସେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହୁଛନ୍ତି।ଏକ ପ୍ରୋମୋରେ ଶ୍ୱେତାଙ୍କୁ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ମଜାଦାର ମନ୍ତବ୍ୟ କରୁଥିବା ଶୁଣିବାକୁ ମିଳୁଛି। ସେ କହୁଛନ୍ତି, ‘ମୁଁ ମୋ ସ୍ୱାମୀଙ୍କୁ ଚିଟ୍ କରୁଥିବା ବେଳେ ନିଜେ ଧରିଛି ’ । ଏହାର ଜବାବରେ କରଣ କହୁଛନ୍ତି, ‘ଜଣେ ମିଛୁଆକୁ ଧରିବାରେ ତୁମେ ଏତେ ଭଲ ହୋଇପାରିବ ନାହିଁ ।’ ଏପଟେ ଶ୍ୱେତାଙ୍କ ପୂର୍ବତନ ସ୍ୱାମୀ ରାଜା ଚୌଧୁରୀଙ୍କ କିଛି ଦାବି ମଧ୍ୟ ନିକଟରେ ଚର୍ଚ୍ଚାକୁ ଆସିଛି। ରାଜା ଶ୍ୱେତାଙ୍କ ଉପରେ ବିବାହ ସମୟରେ ସହ-ଅଭିନେତା ସିଜାନ୍ ଖାନଙ୍କ ସହ ସମ୍ପର୍କ ଥିବା ନେଇ ଅଭିଯୋଗ କରିଛନ୍ତି । ତେବେ ଏସବୁ ତାଙ୍କର ଦାବି ଓ ଅଭିଯୋଗ ମାତ୍ର ।ନିଜ ଉପରେ ଲାଗିଥିବା ଶାରୀରିକ ହିଂସା ସମ୍ପର୍କିତ ଅଭିଯୋଗକୁ ମଧ୍ୟ ରାଜା ଚୌଧୁରୀ ଖଣ୍ଡନ କରିଛନ୍ତି । ତାଙ୍କ କହିବା ଅନୁସାରେ, ସେ କେବେ ଶ୍ୱେତାଙ୍କୁ ମାରପିଟ୍ କରିନାହାନ୍ତି । କିନ୍ତୁ ରାଗ ସମୟରେ ଘରର କବାଟ, ଟିଭି କିମ୍ବା ଟେବୁଲ ଭଳି ଜିନିଷ ଭାଙ୍ଗିଥିବା ସେ ସ୍ୱୀକାର କରିଛନ୍ତି। ଏବେ ପାପାରାଜି ଭାଇରାଲ୍ ଭୟାନି ଇନଷ୍ଟାଗ୍ରାମରେ ଏକ ରିପୋର୍ଟ ସେୟାର କରି କହିଛନ୍ତି ଯେ ଶ୍ୱେତା ତିୱାରୀ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଭିନେତ୍ରୀଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଚିକିତ୍ସା କରା ଯାଉଛି । ଶ୍ୱେତାଙ୍କ ଅସୁସ୍ଥତା ଖବର ଶୁଣି ପ୍ରଶଂସକମାନେ ଗଭୀର ଚିନ୍ତିତ ହୋଇଛନ୍ତି ଏବଂ ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।
