ତାମିଲନାଡୁ ମୁଖ୍ୟମନ୍ତ୍ରୀ (ଅଭିନେତା) ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତାଙ୍କ ମଧ୍ୟରେ ଛାଡପତ୍ର ମାମଲାରେ ଶୁକ୍ରବାର ବଡ ଟ୍ୱିଷ୍ଟ ସାମ୍ନାକୁ ଆସିଛି। ସଙ୍ଗୀତା କୋର୍ଟରୁ ଛାଡ଼ପତ୍ର ଆବେଦନ ପ୍ରତ୍ୟାହାର କରିଛନ୍ତି। ଯାହା ପରେ ଅଦାଲତ ଏହି ମାମଲାକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି।
ଶୁକ୍ରବାର ଚେଙ୍ଗଲପଟ୍ଟୁ ଫ୍ୟାମିଲି କୋର୍ଟରେ ଏହି ହାଇପ୍ରୋଫାଇଲ ମାମଲାର ଶୁଣାଣି ହୋଇଥିଲା। ସଙ୍ଗୀତା ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟଙ୍କ ସମ୍ମୁଖରେ ହାଜର ହୋଇଥିଲେ। ଶୁଣାଣି ସମୟରେ ସେ କୋର୍ଟଙ୍କୁ ଜଣାଇଥିଲେ ଯେ, ସେ ଏହି ଆବେଦନ ଉପରେ ଆଉ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଚାହୁଁନାହାନ୍ତି ଏବଂ ଏହାକୁ ପ୍ରତ୍ୟାହାର କରିବାକୁ ଚାହାନ୍ତି। କୋର୍ଟ ତାଙ୍କ ବୟାନକୁ ଆଧାର କରି ମାମଲାର ସମାଧାନ କରିଛନ୍ତି।ବିଜୟ ଥାଲାପତି ଏବଂ ସଙ୍ଗୀତା ସୋର୍ନାଲିଙ୍ଗମ ୧୯୯୯ ମସିହାରେ ବିବାହ କରିଥିଲେ। ଏହି ଦମ୍ପତିଙ୍କ ଦୁଇଟି ସନ୍ତାନ ଅଛନ୍ତି, ଗୋଟିଏ ପୁଅ ଏବଂ ଗୋଟିଏ ଝିଅ। ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଡିସେମ୍ବର ୨୦୨୫ରେ, ସଙ୍ଗୀତା ଚେଙ୍ଗାଲପଟୁ ଜିଲ୍ଲା କୋର୍ଟରେ ବିଜୟଙ୍କ ବିରୁଦ୍ଧରେ ଛାଡପତ୍ର ଆବେଦନ କରିଥିଲେ। ପରେ ଏହାକୁ ପରିବାର କୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା। ଛାଡପତ୍ର ମାମଲା ଚାଲିଥିଲା। ସଙ୍ଗୀତା ଏବେ ଆବେଦନ ପ୍ରତ୍ୟାହାର କରି ମାମଲା ଶେଷ କରିଥିବା ଜଣାପଡ଼ିଛି।
