କ୍ୟାଟ୍ରିନା କୈଫ୍ ଜୁଲାଇ ୧୬ ତାରିଖରେ ତାଙ୍କ ସ୍ବାମୀ ଭିକି କୌଶଳ, ପୁଅ ଭିୟାନ ଏବଂ ପରିବାର ସହିତ ତାଙ୍କର ୪୩ତମ ଜନ୍ମଦିନ ପାଳନ କରିଥିଲେ । ଏହି ଖୁସିର ଝଲକକୁ ଭିକି କୌଶଳ ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ଯାହାକୁ ଦେଖିବା ପରେ ପ୍ରଶଂସକମାନେ ଭିକି-କ୍ୟାଟ୍ରିନାଙ୍କ ଉପରେ ପ୍ରେମ ବର୍ଷା କରିଛନ୍ତି ।କ୍ୟାଟ୍ରିନା ଏବଂ ଭିକି ଡିସେମ୍ବର ୯, ୨୦୨୧ ରେ ବିବାହ କରିଥିଲେ । ରାଜସ୍ଥାନର ସୱାଇ ମାଧୋପୁରର ସିକ୍ସ ସେନ୍ସ ଫୋର୍ଟ ବାରୱାଡାରେ ଏହି ୱେଡିଂ ଅନୁଷ୍ଠିତ ହୋଇଥିଲା । ଯେଉଁଠାରେ କେବଳ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲଙ୍କ ପରିବାର ଉପସ୍ଥିତ ଥିଲେ । ନଭେମ୍ବର ୭, ୨୦୨୫ରେ ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନ ବିହାନ କୌଶଲକୁ ସ୍ୱାଗତ କରିଥିଲେ। ସେମାନଙ୍କ ପୁଅ ବର୍ତ୍ତମାନ ପ୍ରାୟ ୮ ମାସ ୧୦ଦିନର ହେବ ବୋଲି ଜଣା ପଡ଼ିଛି । କ୍ୟାଟ୍ରିନା ଏବେ ନିଜ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ରହିଛନ୍ତି । ଶେଷ ଥର ପାଇଁ ଶ୍ରୀରାମ ରାଘବନଙ୍କ ଫିଲ୍ମ “ମେରି ଖ୍ରୀଷ୍ଟମାସ”ରେ ନଜର ଆସିଥିଲେ । ଭିକି କୌଶଳ ଏବେ ସଞ୍ଜୟ ଲୀଲା ଭଂସାଲିଙ୍କ ଫିଲ୍ମ “ଲଭ୍ ଆଣ୍ଡ୍ ୱାର” ପ୍ରୋଜେକ୍ଟରେ ବ୍ୟସ୍ତ ରହିଛନ୍ତି । ଯେଉଁଥିରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ମଧ୍ୟ ଅଭିନୟ କରିଛନ୍ତି ।
୪୩ ବର୍ଷରେ ପାଦ ଦେଲେ କ୍ୟାଟ୍ରିନା
By madhulekha1 Min Read
