ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରହେମାନଙ୍କୁ କେକେଆର ଟିମରୁ ରିଲିଜ କରିବା ପରେ ବାଂଲାଦେଶ ନେଲା ପଦକ୍ଷେପ । ଆଇପିଏଲ ଟେଲିକାଷ୍ଟକୁ ବାଂଲାଦେଶରେ ଅନିଶ୍ଚିତକାଳ ପାଇଁ ବ୍ୟାନ୍ କରିଛି ୟୁନୁସ ସରକାର । ଫଳରେ ବାଂଲାଦେଶରେ ଥିବା କ୍ରିକେଟ ଫ୍ୟାନ୍ସଙ୍କୁ ଶକ୍ତ ଝଟକା ଲାଗିଛି । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୨୦୨୬ ସିଜିନ୍ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଦଳରୁ ଷ୍ଟାର ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ମୁକ୍ତ କରିବାକୁ ଦାବି କରିବା ପରେ ଏହି ନିଷ୍ପତ୍ତି ଆସିଛି। ବାଂଲାଦେଶର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦେଶର ଟିଭି ଚ୍ୟାନେଲଗୁଡ଼ିକୁ ଚିଠି ଲେଖି କହିଛି ଯେ ବିସିସିଆଇର ଏହି ଆହ୍ୱାନ ପଛରେ କୌଣସି ‘ଯୌକ୍ତିକ କାରଣ’ ନାହିଁ। ଏହି ନିଷ୍ପତ୍ତି ବାଂଲାଦେଶର ଲୋକମାନଙ୍କୁ ‘ବ୍ୟଥିତ, ଦୁଃଖିତ ଏବଂ ମର୍ମାହତ’ କରିଛି ଏବଂ ଜନସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇପିଏଲ ପ୍ରସାରଣ ଉପରେ ପ୍ରତିବନ୍ଧକ ନିର୍ଦ୍ଦେଶ ଜାରି କରାଯାଇଛି।ଏହାପୂର୍ବରୁ ବାଂଲାଦେଶ ଟି୨୦ ବିଶ୍ବକପ ୨୦୨୬ ପାଇଁ ଭାରତ ଖେଳିବାକୁ ଆସିବାକୁ ମନା କରୁଛି । ଫଳରେ ଆଇସିସି ବାଂଲାଦେଶର ମ୍ୟାଚ୍ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରିବା ପାଇଁ ନିଷ୍ପତ୍ତି ନେଇପାରେ ।
BCCI ନିଷ୍ପତ୍ତି ପରେ ଆଇପିଏଲ ପ୍ରସାରଣ ଉପରେ ବ୍ୟାନ୍ ଲଗାଇଲେ ବାଂଲାଦେଶ ସରକାର
By madhulekha1 Min Read
