ଉତ୍ତରପ୍ରଦେଶର ବାରାଣସୀରେ ଶୁକ୍ରବାର ସକାଳ ପ୍ରାୟ ୯ଟାରେ ଜଣେ ମହିଳା ଜିଲ୍ଲା ଜଜ୍ ସିଟ୍ ରେ ବସି ହଙ୍ଗାମା କରିଥିଲେ । ସିଟ୍ରେ ବସିବା କ୍ଷଣି ସେ ହାମର୍ ପିଟି ଅର୍ଡର-ଅର୍ଡର ଚିଲ୍ଲାଇଥିଲେ । ଓକିଲଙ୍କୁ କହିଥିଲେ, ‘ଆଜି ମୁଁ ଜଜ୍ । ସାକ୍ଷ୍ୟ, ପ୍ରମାଣ ଦାଖଲ କର । ଆଜି ସବୁ ମାମଲା ମୁଁ ଶୁଣାଣି କରିବି । ଯାହା ବି କାମ ଅଛି ମୋତେ କୁହ’। ଏହା ପରେ ମହିଳା ଜଣକ ସେଠାରେ ଜଜ୍ଙ୍କ ଫାଇଲ ବି ପଲଟାଇବା ଆରମ୍ଭ କରିଦେଲେ । ଏହା ଦେଖି ସେଠାରେ ଉପସ୍ଥିତ ଓକିଲମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।ଶୁକ୍ରବାର ମଧ୍ୟାହ୍ନ ଭୋଜନ ବିରତି ସମୟରେ ଜିଲା ଜଜ୍ କୋର୍ଟ ରୁମ୍ରୁ ବାହାରକୁ ଯାଇଥିଲେ। ଏହି ସୁଯୋଗ ନେଇ ମହିଳା ଜଣକ ସେଠାରେ ଏହି କାର୍ଯ୍ୟ କରିଥିଲେ | ଏହା ଦେଖି କୋର୍ଟ କର୍ମଚାରୀମାନେ ତୁରନ୍ତ ସୁରକ୍ଷାକର୍ମୀ ଓ ମହିଳା ପୁଲିସକୁ ସୂଚନା ଦେଇଥିଲେ। ପୁଲିସ କର୍ମଚାରୀମାନେ ମହିଳା ଜଣଙ୍କୁ ଜଜ୍ଙ୍କ ଆସନରୁ ହଟାଇଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ ମହିଳା ଜଣକ ମାନସିକ ବିକାରଗ୍ରସ୍ତ ଥିବା ଜଣାପଡ଼ିଛି। ସେ ଏକ ପାରିବାରିକ କିମ୍ବା ଜମିବାଡ଼ି ବିବାଦ ମାମଲାକୁ ନେଇ ଦୀର୍ଘ ଦିନ ହେବ କୋର୍ଟକୁ ଆସୁଥିଲେ ଏବଂ ମାନସିକ ଚାପରେ ଥିଲେ। ଏହି ଘଟଣା ପରେ କୋର୍ଟ ପରିସରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ମହିଳା ଜଣଙ୍କୁ ହେପାଜତକୁ ନେଇ ଅଧିକ ପଚରାଉଚରା କରୁଛି।
ବାରଣାସୀ କୋର୍ଟରେ ହାଇଡ୍ରାମା; ଜଜ୍ଙ୍କ ଚୌକିରେ ବସି ମହିଳାଙ୍କ ହଙ୍ଗାମା
By madhulekha1 Min Read
