ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କୁ ସ୍ବାଗତ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ପୁରୀରେ ସେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ୱେତଗଙ୍ଗାରେ ଶ୍ରାଦ୍ଧ ଅର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସ୍ବାଗତ ପାଇଁ ବିଶ୍ୱ ପ୍ରସିଦ୍ଧ ବାଲୁକା ଆନିମେଟର ମାନସ ସାହୁ ବାଲୁକା କଳା କରିଛନ୍ତି।ଏହି ସ୍ୟାଣ୍ଡ ଆନିମେସନ କୁ ପ୍ରସ୍ତୁତ କରିବାକୁ ମାନସ ଙ୍କୁ ୨ଘଣ୍ଟା ସମୟ ଲାଗିଥିଲା । ଏହି କଳାକୃତି ମାଧ୍ୟମରେ, ସେ ବାର୍ତ୍ତା ଦେଇଛନ୍ତି: “ଓଡିଶାର ପୁରୀକୁ ସ୍ୱାଗତ।”
ବାଲୁକା ଆନିମେସନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ
By madhulekha1 Min Read
