ଜମ୍ମୁ- କାଶ୍ମୀରର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଗୁଲମାର୍ଗରେ ଏକ ବଡ଼ ଅଘଟଣରୁ ବର୍ତ୍ତିଯାଇଛନ୍ତି ଶହ ଶହ ପର୍ଯ୍ୟଟକ। ଯାନ୍ତ୍ରିକ ତ୍ରୁଟି କାରଣରୁ ସୋମବାର ଗୋଣ୍ଡୋଲା କେବୁଲ କାର୍ (ରୋପ୍ ଓ୍ବେ) ସେବା ବ୍ୟାଘାତ ହୋଇଥିଲା। ତ୍ରୁଟି କାରଣରୁ କେବୁଲ କାର ହଠାତ ବନ୍ଦ ହୋଇଯାଇଥିଲା । ଫଳରେ ଏଥିରେ ପ୍ରାୟ ୩୦୦ ପର୍ଯ୍ୟଟକ କେବୁଲ କାରରେ ମଝି ଆକାଶରେ ହିଁ ଫସି ରହିଥିଲେ।ରିପୋର୍ଟ ଅନୁଯାୟୀ ଯାନ୍ତ୍ରିକ ତ୍ରୁଟି କାରଣରୁ କେବୁଲ କାର୍ ଆଗକୁ ବଢ଼ିପାରି ନଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଏବଂ ସ୍ଥାନୀୟ ପ୍ରଶାସନର ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଶୀଘ୍ର ଆରମ୍ଭ କରାଯାଇଛି । ଅଧିକାରୀଙ୍କ ଅନୁଯାୟୀଫସି ରହିଥିବା ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ପ୍ରୟାସ ଜାରି ରହିଛି। ।ସେପଟେ ରୋପ୍ ଓ୍ବେର ମରାମିତ ଏବଂ ସେବା ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ଟେକ୍ନିକାଲ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି। ସୁରକ୍ଷା ମାନଦଣ୍ଡ ସହ ସଂପୂର୍ଣ୍ଣ ଯାଞ୍ଚ ପରେ ହିଁ ସେବା ଆରମ୍ଭ କରଯିବା ନେଇ ଆଶ୍ବସନା ଦେଇଛନ୍ତି ଅଧିକାରୀ।
ମଝି ଆକାଶରେ ଫସିଲେ ୩୦୦ ପର୍ଯ୍ୟଟକ । ବୃଦ୍ଧ ଓ ଛୋଟପିଲାଙ୍କ ମଧ୍ୟରେ ଆତଙ୍କର ବାତାବରଣ
By madhulekha1 Min Read
