ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ଘଟଣା ପରେ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ମନ୍ତ୍ରୀ କହିଛନ୍ତି କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର । କଠୋର ପଦକ୍ଷେପ ନେଇ କିପରି ବନ୍ଦ କରାଯିବ ଆଲୋଚନା ଚାଲିଛି ।ମନ୍ଦିର ପ୍ରଶାସନର ସ୍ପଷ୍ଟ ଚେତାବନୀ ସତ୍ତ୍ୱେ ବାରମ୍ବାର ନିୟମ ଉଲଂଘନ ହେଉଛିମ ଯେଉଁ କାର୍ଯ୍ୟକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। “କିଛି ଲୋକ ନିୟମକୁ ଅବମାନନା କରି ମନ୍ଦିର ଭିତରେ ମୋବାଇଲ୍ ଫୋନ୍, କ୍ୟାମେରା ଏବଂ ଇଲେକ୍ଟ୍ରୋନିକ୍ ଉପକରଣ ନେଉଛନ୍ତି। ଏଥିପାଇଁ ସରକାରଙ୍କୁ କଠୋର ଆଇନଗତ ବ୍ୟବସ୍ଥା ଉପରେ ବିଚାର କରିବାକୁ ପଡିବ।ଏପରି କାର୍ଯ୍ୟରେ ସମ୍ପୃକ୍ତ ବ୍ୟକ୍ତି ପ୍ରକୃତ ଭକ୍ତ ନୁହଁନ୍ତି ବୋଲି ଉଲ୍ଲେଖ କରି ମନ୍ତ୍ରୀ କହିଛନ୍ତି ଯେ ସେମାନେ ଦର୍ଶନ ପାଇଁ ମନ୍ଦିର ଯାଆନ୍ତି ନାହିଁ ବରଂ କେବଳ ନାଟକ ଏବଂ ସୋସିଆଲ ମିଡିଆରେ ଧ୍ୟାନ ଆକର୍ଷଣ କରିବା ପାଇଁ ଯାଉଛନ୍ତି।
ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ୍ ଘଟଣା;କଠୋର ଦଣ୍ଡବିଧାନ ପାଇଁ ଚିନ୍ତା କରୁଛନ୍ତି ସରକାର
By madhulekha1 Min Read
