ଶିଶୁମାନଙ୍କୁ ଇଣ୍ଟରନେଟରେ ହେଉଥିବା ଯୌନ ଶୋଷଣ ଏବଂ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ସୋସିଆଲ ମିଡିଆ କମ୍ପାନୀଗୁଡ଼ିକ ଉପରେ କଟକଣା ବଢ଼ାଇବାକୁ ପ୍ରସ୍ତୁତ ହେଉଛନ୍ତି ଭାରତ ସରକାର । ଏନେଇ ସରକାର ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମ ସହ ନିୟମିତ ଆଲୋଚନା କରୁଛନ୍ତି ।ଶିଶୁ ଯୌନ ନିର୍ୟାତନା ଓ ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ସଂବେଦନଶୀଳ ମାମଲାକୁ ସଂପୃକ୍ତ ଆଇନ ପ୍ରବର୍ତ୍ତନ ସଂସ୍ଥା ନିକଟରେ ରିପୋର୍ଟ କରିବାକୁ ମେଟା ସମ୍ମତି ପ୍ରକାଶ କରିଛି। ଏ ନେଇ କମ୍ପାନୀ ପକ୍ଷରୁ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ଏକ ଆନୁଷ୍ଠାନିକ ପତ୍ର ମାଧ୍ୟମରେ ଜଣାଯାଇଛି।ଶିଶୁଙ୍କ ସହ ଜଡ଼ିତ ଆପତ୍ତିଜନକ ଓ ବେଆଇନ କଣ୍ଟେଣ୍ଟକୁ ସମୟ ପୂର୍ବରୁ ଚିହ୍ନଟ କରି ହଟାଇବା ପାଇଁ ପ୍ରଭାବୀ ବ୍ୟବସ୍ଥା କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ।
ଅନଲାଇନ୍ ପ୍ଲାଟଫର୍ମଗୁଡ଼ିକୁ ଶିଶୁଙ୍କ ସୁରକ୍ଷାକୁ ନିଜର ପ୍ରାଥମିକ ଦାୟିତ୍ୱ ଭାବେ ଗ୍ରହଣ କରିବାକୁ ପଡ଼ିବ । ଯଦି କୌଣସି କମ୍ପାନୀ ଆବଶ୍ୟକ ପଦକ୍ଷେପ ନେବାରେ ବିଫଳ ହୁଏ, ତେବେ ନିୟମ ଅନୁସାରେ ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇପାରେ ବୋଲି ସରକାର କହିଛନ୍ତି ।
