ନରୱେ ମହାରାଣୀ ଓ ରାଜାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପହାରରେ ଓଡ଼ିଶାର କଳାର ଝଲକ । ବିଶ୍ବ ଦରବାରରେ ଝଲସିଲା ଓଡ଼ିଶା କଳା ଭାସ୍କର୍ଯ୍ୟ ।ପ୍ରଧାନମନ୍ତ୍ରୀ ମୋଦି ନରୱେ ଗସ୍ତରେ ରାଜଧାନୀ ଓସ୍ଲୋରେ ରାଜା ହାରାଲ୍ଡ ଭି ଏବଂ ମହାରାଣୀ ସୋନଜାଙ୍କୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ରାଜାଙ୍କୁ ତାରକସିର ଡଙ୍କା ଓ ମହାରାଣୀ ସୋନଜାଙ୍କୁ ଏକ ଅତ୍ୟନ୍ତ ସୁନ୍ଦର ଓ ପାରମ୍ପାରିକ ପଟ୍ଟଚିତ୍ର ଉପହାର ଦେଇଥିଲେ ।ତାଳ ପତ୍ର ଉପରେ ସୁନ୍ଦର କାରୁକାର୍ଯ୍ୟର ପଟ୍ଟଚିତ୍ର ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ। ସେହିପରି ରାଜା ହାରାଲ୍ଡ ଭିଙ୍କୁ ତାରକସି କଳାରେ ତିଆରି ରୂପାର ନୌକା ଉପହାର ଦେଇଥିଲେ। କଟକର ତାରକସି ଏକ ପ୍ରାଚୀନ ରୂପା ଫିଲିଗ୍ରୀ କଳା । ଏଥିରେ ଅତ୍ୟନ୍ତ ସୂକ୍ଷ୍ମ ରୂପା ତାରକୁ ବୁଣି ଜାଲି ପରି ଡିଜାଇନ୍ ତିଆରି କରାଯାଏ। ତେବେ ଓଡ଼ିଶାର ଏହି ପ୍ରାଚୀନ ଏବଂ ଜଟିଳ କଳା ଶୈଳୀର ଏକ ସ୍ୱତନ୍ତ୍ର ପରିଚୟ ରହିଛି । ସାଧାରଣ କପଡ଼ା ଆଧାରିତ ପଟ୍ଟଚିତ୍ରଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ । ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରୟାସ ଯୋଗୁଁ ନରୱେର ମହାରାଣୀ ଓଡ଼ିଶାର ଏହି ପ୍ରାଚୀନ ଐତିହ୍ୟ ବିଷୟରେ ଜାଣିବା ସହ ଭାରତ ଓ ନରୱେ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ଆହୁରି ମଜବୁତ ହୋଇଛି । ଓଡ଼ିଶାର କାରୁକାର୍ଯ୍ୟକୁ ବିଶ୍ୱସ୍ତରରେ ଏଭଳି ସମ୍ମାନ ମିଳିବା ପରେ ରାଜ୍ୟର ଶିଳ୍ପୀ ମହଲରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।
ନରୱେ ମହାରାଣୀ ଓ ରାଜାଙ୍କୁ ମୋଦୀଙ୍କ ଉପହାରରେ ଓଡ଼ିଶା କଳାର ଝଲକ
By madhulekha1 Min Read
