୨୦୨୫ ମସିହାରେ ଭୁବନେଶ୍ୱରରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ସର୍ବାଧିକ ପର୍ଯ୍ୟଟକମାନଙ୍କ ଆଗମନ ହୋଇଥିବା ନେଇ ରେକର୍ଡ କରାଯାଇଛି।ବର୍ଷ ମଧ୍ୟରେ ମୋଟ ୪୦,୨୦,୫୩୯ ପରିଦର୍ଶକ ନନ୍ଦନକାନନ ପରିଦର୍ଶନ କରିଥିଲେ, ଯାହା ଏକ କ୍ୟାଲେଣ୍ଡର ବର୍ଷରେ ରେକର୍ଡ ହୋଇଥିବା ସର୍ବାଧିକ ପରିଦର୍ଶକଙ୍କ ପରିସଂଖ୍ୟାନ ଅଟେ। ୨୦୨୫ କ୍ୟାଲେଣ୍ଡର ବର୍ଷରେ ସମସ୍ତ ଉତ୍ସରୁ ରାଜସ୍ୱ ସଂଗ୍ରହ ୨୩.୨୩ କୋଟି ଟଙ୍କା ଥିଲା, ଯାହା ୨୦୨୪ ମସିହାରେ ସଂଗୃହିତ ରାଜସ୍ୱ ତୁଳନାରେ ୧.୦୬ କୋଟି ଟଙ୍କା ଅଧିକ ଅଟେ। ୨୦୨୪ରେ ୩୭ ଲକ୍ଷ ୯୯ ହଜାର ୬୩୨ ପର୍ଯ୍ୟଟକ ନନ୍ଦନକାନନ ବୁଲିଥିଲେ। ୨୨.୧୭ କୋଟି ଟଙ୍କାର ରାଜସ୍ୱ ଆଦାୟ ହୋଇଥିଲା।ବର୍ତ୍ତମାନ ନନ୍ଦନକାନନ ୧୬୦ ପ୍ରଜାତିର ପ୍ରାୟ ୪,୦୦୦ ପ୍ରାଣୀ ଏବଂ ପକ୍ଷୀ ରହୁଛନ୍ତି। ଯେଉଁଥିରେ ୪୮ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ, ୭୭ ପ୍ରଜାତିର ପକ୍ଷୀ, ୩୦ ପ୍ରଜାତିର ସରୀସୃପ ଏବଂ ୬ ପ୍ରଜାତିର ଉଭୟଚର ପ୍ରାଣୀ ଅନ୍ତର୍ଭୁକ୍ତ ରହିଛନ୍ତି। ତେବେ ୧୯୬୦ ମସିହାରେ ପ୍ରତିଷ୍ଠିତ ଏହି ଚିଡ଼ିଆଖାନା ଡିସେମ୍ବର ୨୯ ତାରିଖରେ ଏହାର ୬୬ତମ ପ୍ରତିଷ୍ଠା ଦିବସ ପାଳନ କରିଥିଲା।
୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆଗମନ
By madhulekha1 Min Read
