ଭାରତୀୟ ସେନାରେ ବଡ଼ ପରିବର୍ତ୍ତନ । ଭାରତୀୟ ସେନା ନିଜର ଡ୍ରେସ ଏବଂ ଗ୍ରୁମିଂ ସହିତ ଜଡିତ ନିୟମରେ ବଡ଼ ପରିବର୍ତ୍ତନ କରିଛି । ସେନା ପୋଷାକରେ ଝଲସିବ ଭାରତୀୟତା । ଆର୍ମି ୟୁନିଫର୍ମ-୨୦୨୬ ଲାଗୁ, ହଟିଲା ଔପନିବେଶିକ ଚିହ୍ନ । ସାମିଲ ହେଲା ବନ୍ଦ ଗଳା ବନ୍ଦୀ ଜ୍ୟାକେଟ୍ । ନିଜର ଗୌରବମୟ ପରମ୍ପରାକୁ ଆଧୁନିକ ଏବଂ ଦେଶୀ ରୂପ ଦେବା ପାଇଁ ବଡ଼ ପଦକ୍ଷେପ ନେଇଛି ଭାରତୀୟ ସେନା ।ସେରିମୋନିଆଲ ପାଉଚ୍ ବେଲ୍ଟକୁ ହଟାଇ ଦିଆଯାଇଛି। ପରେଡ୍ ସମୟରେ ରିଭ୍ୟୁଇଙ୍ଗ୍ ଅଧିକାରୀମାନଙ୍କ ପାଇଁ ଖଣ୍ଡା ବହନ କରିବା ଇଚ୍ଛାଧୀନ କରାଯାଇଛି। ଏହି ପରିବର୍ତ୍ତନଗୁଡ଼ିକ ସଦ୍ୟ ପ୍ରକାଶିତ ୧୭୪ ପୃଷ୍ଠାର ଏକ ମାନୁଆଲ୍ ‘ଆର୍ମି ୟୁନିଫର୍ମ-୨୦୨୬’ରେ ବିସ୍ତୃତ ଭାବରେ ଉଲ୍ଲେଖ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ, ଏପରି ମାନୁଆଲ୍ ଶେଷଥର ପାଇଁ ଆଠ ବର୍ଷ ପୂର୍ବେ ଜାରି କରାଯାଇଥିଲା।ସେନାରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଶରୀରରେ ଟାଟୁ, ଅତ୍ୟଧିକ ସୁଗନ୍ଧିତ ସେଣ୍ଟ କିମ୍ବା ପ୍ରସାଧନ ସାମଗ୍ରୀ ଯେପରିକି ଲିପଷ୍ଟିକ୍, ରଙ୍ଗୀନ ନେଲପଲିସ, ଟିକିଲି ଏବଂ ନାକଫୁଲ ପିନ୍ଧିବା ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି । ସେହିପରି ମହିଳା ଅଧିକାରୀମାନଙ୍କ ପାଇଁ ଶାଳୀନ ଶାଢ଼ୀ, କୁର୍ତ୍ତା-ସାଲୱାର କିମ୍ବା ଦୁପଟ୍ଟା ସହ ଆଙ୍କଲ୍-ଲେନ୍ଥ ପ୍ୟାଣ୍ଟ ପିନ୍ଧିବାର ବିକଳ୍ପ ଦିଆଯାଇଛି । ମହିଳାମାନେ ସିନ୍ଦୁର ଲଗାଇପାରିବେ, କିନ୍ତୁ ଟୋପି ପିନ୍ଧିବା ସମୟରେ ତାହା ଯେପରି ବାହାରକୁ ଦେଖା ନଯାଏ, ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ଲିଭ୍ଲେସ୍ କୁର୍ତ୍ତା ଏବଂ ପଲାଜୋ କିମ୍ବା ସିଗାରେଟ୍ ପ୍ୟାଣ୍ଟ ଭଳି କାଜୁଆ
