୨୦୩୦-୩୧ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନା (ଏପିୱାଇ)କୁ ଜାରି ରଖାଯିବ । ଏହି ଯୋଜନାର ପ୍ରଚାରପ୍ରସାର ଓ ବିକାଶମୂଳକ କାର୍ଯ୍ୟକଳାପ ପାଇଁ ପାଣ୍ଠି ସହାୟତାର ସମ୍ପ୍ରସାରଣ କରାଯିବା ସହିତ ନିଅଣ୍ଟ ଭରଣା ଲାଗି ମଧ୍ୟ ପାଣ୍ଠି ଯୋଗାଇ ଦିଆଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଆଜି ଏହି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।ଏହି ଯୋଜନାରେ କମ୍ ଆୟକାରୀ ଏବଂ ଅସଂଗଠିତ କ୍ଷେତ୍ରର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ବୃଦ୍ଧାବସ୍ଥାରେ ଆୟ ସୁରକ୍ଷା ସୁନିଶ୍ଚିତ ହେବ। ଆର୍ଥିକ ଅନ୍ତର୍ଭୂକ୍ତିକରଣକୁ ପ୍ରୋତ୍ସାହନ ମିଳିବା ସହିତ ଭାରତ ଏକ ପେନ୍ସନ ଆଧାରିତ ସମାଜ ରୂପେ ପରିଣତ ହୋଇପାରିବ।ଆର୍ଥିକ ଯୋଗଦାନକୁ ଆଧାର କରି ଏପିୱାଇ ୬୦ ବର୍ଷ ବୟସରୁ ପ୍ରତି ମାସରେ ୧୦୦୦ ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ଗ୍ୟାରେଣ୍ଟିଯୁକ୍ତ ସର୍ବନିମ୍ନ ପେନସନ ପ୍ରଦାନ କରିଥାଏ।୨୦୨୬ ଜାନୁଆରି ୧୯ ସୁଦ୍ଧା ୮.୬୬ କୋଟିରୁ ଅଧିକ ଉପଭୋକ୍ତା ଏହି ଯୋଜନାରେ ପଞ୍ଜୀକରଣ କରିଛନ୍ତି।
୨୦୩୦-୩୧ ପର୍ଯ୍ୟନ୍ତ ଅଟଳ ପେନସନ ଯୋଜନାର ଅବଧି ବୃଦ୍ଧି ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି
By madhulekha1 Min Read
