ରାଜ୍ୟ ସ୍ବାସ୍ଥ୍ୟସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି, ତାହା ପୁଣି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରୁ।ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC) ଏବେ ବୁଲା କୁକୁରଙ୍କ ଚରାଭୂଇଁ ପାଲଟିଛି। ମେଡିକାଲ ବେଡରେ ରୋଗୀ ବଦଳରେ ଶୋଇ ରହିଛନ୍ତି ବୁଲା କୁକୁର । ଗୋଟିଏ ବେଡରେ ରୋଗୀ ଶୋଇଥିବା ବେଳେଆନ୍ୟ ବେଡରେ ନିର୍ଭୟରେ ବୁଲା କୁକୁର ଶୋଇଛନ୍ତି । ଏଠି ରୋଗୀ ବଦଳରେ କୁକୁର ମାନେ ଚିକିତ୍ସିତ ହେଉଥିବା ମନେ ହେଉଛି ।ସ୍ବାସ୍ଥ୍ୟକେନ୍ଦ୍ରରେ ଅନେକ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ସୁରକ୍ଷାକର୍ମୀ ନିୟୋଜିତ ଥିଲେ ମଧ୍ୟ ବୁଲା କୁକୁରମାନେ ଅନାୟସରେ ମେଡିକାଲ ଭିତରକୁ ପଶି ଆସୁଛନ୍ତି। ଏହା କୌଣସି ଗୋଟିଏ ଦିନର ଘଟଣା ନୁହେଁ, ବରଂ ଏଠାରେ ପ୍ରତିଦିନ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏହି ଚିକିତ୍ସାଳୟ ପ୍ରତି ଦୄଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ସ୍ବାସ୍ଥ୍ୟସେବାର ବିକଳ ଚିତ୍ର: ମେଡିକାଲ ବେଡ୍ରେ ଉପରେ ବୁଲା କୁକୁର
By madhulekha1 Min Read
