ଆଜି ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି ସରକାର ସିବିଆଇ ତଦନ୍ତ କରିବା ଉଚିତ। ସେ ଆହୁରି କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ ଓଡ଼ିଶାରେ ବିଜେପି ସରକାର ଆସିଲେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ସିବିଆଇ ତଦନ୍ତ କରାଯିବ। ତାମିଲ ନେଇଗଲା ତାମିଲକୁ ଧର ଧର.. ଭଳି କଥା ବି କହିଥିଲେ ବିଜେଡି ବିଧାୟକ।ତା ସହ “ଆମ ସରକାର କାହାରିକୁ ରାଜନୈତିକ ସୁରକ୍ଷା ଦେଉନି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ଯାହା କହିଥିଲେ ତାହା କୁଆଡ଼େ ଗଲା” ବୋଲି ପ୍ରଶ୍ନ କରିଥିଲେ ରାଜା। ହେଲେ ଏ ନେଇ ବିଜେପିର ପ୍ରତିକ୍ରୟା ମିଳିନାହିଁ।
ବିଧାନସଭାରେ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ, ସିବିଆଇ ତଦନ୍ତ ଦାବି
By madhulekha1 Min Read
