ନବରଙ୍ଗପୁରର ଇନ୍ଦ୍ରାବତୀ ନଦୀ ଘାଟ ସ୍ଥିତ ଶ୍ମଶାନରେ ଗଙ୍ଗାଧର ସାମନ୍ତରାୟଙ୍କ ମୃତ୍ୟୁ ପରେ ନିଜର ଝିଅ ମାନେ ଶ୍ମଶାନକୁ ଯାଇଥିବା ବେଳେ ସାନ ଝିଅ ସ୍ଵାଗତିକା ମୁଖାଗ୍ନି ଦେଇଛନ୍ତି… ଯାହାକୁ ନେଇ ସହର ବାସୀ ଗଙ୍ଗାଧରଙ୍କ ତିନି ଝିଅଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଗଙ୍ଗାଧର ଜଣେ ସମାଜ ସଂସ୍କାରକ ତଥା ନବରଙ୍ଗପୁରଠାରେ ବିଜେପି ଦଳର ପ୍ରତିଷ୍ଠିତା ଥିଲେ l ବିଭିନ୍ନ ସଂସ୍ଥା ସହ ଜଡ଼ିତ ରହି ସମାଜର କୁସଂସ୍କାର ଦୂରେଇବା ସକାଶେ ନିଜ ଜୀବନରେ ଅନେକ କାର୍ଯ୍ୟ କରିଛନ୍ତି l ତେଣୁ, ଆଜି ତାଙ୍କ ମୃତ୍ୟୁ ପରେ ତାଙ୍କ ଝିଅ ମାନଙ୍କର ଏହା ବାପାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ସହରବାସୀ ତଥା ସମାଜସେବୀ ପ୍ରକାଶ କରିଛନ୍ତି lବାପା ଯେ ହେତୁ ଜଣେ ସମାଜ୍ ସଂସ୍କାରକ ତଥା ନେତା ଥିଲେ.. ତେଣୁ, ସେ ପୁଅ ଝିଅ ମଧ୍ୟରେ ଅନ୍ତର ଦେଖୁ ନଥିଲେ l ନିଜ ତିନି ଝିଅଙ୍କୁ ପୁଅ ଭଳି ସ୍ନେହ ଆଦର ସହ ପାଳୁଥିଲେ, ପୁଅର ଅଭାବ ସେ କେବେ ଅନୁଭବ କରୁ ନଥିଲେ l ଜୀବିତ ଥିବା ସମୟରେ ନିଜ ପରିବାର, ସାଙ୍ଗ ସାଥି ଓ ଝିଅଙ୍କୁ ମଧ୍ୟ କହିଥିଲେ ମୁତ୍ୟୁ ପରେ ଝିଅ ହି ମୁଖାଗ୍ନି ଦେବ… । ଯାହା ଝିଅ ବାପାଙ୍କ ଇଚ୍ଛାକୁ ପୂରଣ କରିବା ସହ ସମାଜକୁ ସଂସ୍କାରର ବାର୍ତ୍ତା ଦେଇଛନ୍ତି ।
ପରମ୍ପରା ଭାଙ୍ଗିଲେ !ମୃତ ବାପାଙ୍କୁ ମୁଖାଗ୍ନି ଦେଲେ ଝିଅ
By madhulekha1 Min Read
