ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୪-ଇ ଉପରେ ଗୁରୁତ୍ୱାରୋପ କରିଛନ୍ତି ।ପ୍ରଥମ ‘ଇ’ ହେଉଛି ଏଡୁକେସନ୍ ବା ସଠିକ୍ ସୂଚନା ଓ ସଚେତନତା ସୃଷ୍ଟି କବିବା । ଦ୍ୱିତୀୟ ‘ଇ’ ହେଉଛି ଏନଫୋର୍ସମେଣ୍ଟ ବା ଟ୍ରାଫିକ୍ ନିୟମ ଲାଗୁ କରିବା । ତୃତୀୟ ‘ଇ’ ହେଉଛି ଇଞ୍ଜିନିୟରିଂ ବା ସୁରକ୍ଷିତ ରାସ୍ତା ଓ ପୋଲ ନିର୍ମାଣ କରିବା । ଚତୁର୍ଥ ‘ଇ’ ହେଉଛି ଏମରଜେନ୍ସି ବା ତୁରନ୍ତ ଚିକିତ୍ସା ସେବା ଯୋଗାଇବା । ମୁଁ ଏଥିରେ ଆଉ ଦୁଇଟି ‘ଇ’ ଯୋଡୁବାକୁ ଚାହୁଁଛି ।ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୁଁ ଏଥିରେ ଆଉ ଦୁଇଟି ‘ଇ’ ଯୋଡ଼ିବାକୁ ଚାହୁଁଛି, ଏହି ଦୁଇ ‘ଇ’ ହେଉଛି ଏନ୍ଭାଇରନ୍ମେଣ୍ଟ ଓ ଏନ୍ଗେଜ୍ମେଣ୍ଟ । ଏସବୁକୁ ଆପଣାଇଲେ ୯୫ପ୍ରତିଶତ ଦୁର୍ଘଟଣାକୁ ରୋକାଯାଇପାରିବ ।
ରାଜ୍ୟରେ ବଢୁଥିବା ଦୁର୍ଘଟଣାକୁ ରୋକିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ୪-ଇ ଉପରେ ଗୁରୁତ୍ୱାରୋପ
By madhulekha1 Min Read
