ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ କମେଡିଆନ୍ ଭାରତୀ ସିଂ । ଭାରତୀ ସିଂ ଦ୍ବିତୀୟ ଥର ପାଇଁ ମା’ ହୋଇଛନ୍ତି । ଶିଶୁପୁତ୍ରକୁ ଜନ୍ମଦେଇଛନ୍ତି ଭାରତୀ ।ଭାରତୀ ଡିସେମ୍ବର ୧୯ରେ ତାଙ୍କର ଦ୍ୱିତୀୟ ପୁତ୍ରକୁ ଜନ୍ମ ଦେଇଛନ୍ତି। ବର୍ତ୍ତମାନ ଭାରତୀଙ୍କ ବଡ଼ ପୁଅ ଗୋଲାଙ୍କୁ ମଧ୍ୟ ଏକ ସାନ ଭାଇ ମିଳିଛନ୍ତି।ଭାରତୀ ଏବଂ ହର୍ଷଙ୍କୁ ସେଲିବ୍ରିଟି ଏବଂ ଫ୍ୟାନ୍ସ ଶୁଭେଚ୍ଛା ଜଣାଇଛନ୍ତି । ଦମ୍ପତିଙ୍କ ଘରେ ଖୁସିର ମାହୋଲ ରହିଛି । ଭାରତୀ ୨୦୧୭ରେ ବିବାହ କରିଥିଲେ । ୨୦୨୨ରେ ଭାରତୀଙ୍କ ପୁଅ ଗୋଲା(ଲକ୍ଷ୍ୟ)ଜନ୍ମ ନେଇଥିଲା । ପ୍ରଥମ ପିଲା ପରେ ଦ୍ବିତୀୟ ପିଲା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଭାରତୀ । କିନ୍ତୁ ଭାରତୀ ପୁଅ ପରେ ଝିଅ ପାଇଁ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ଭାରତୀଙ୍କ ଆଶାରେ ପୂରଣ ହୋଇପାରିନାହିଁ ।ଭାରତୀଙ୍କ ପାଖରେ ମୋଟ୍ ୩୦ କୋଟି ଟଙ୍କାର ସମ୍ପତ୍ତି ଅଛି। ଭାରତୀ ଯେକୌଣସି କମେଡି ଶୋ’ କିମ୍ବା ହୋଷ୍ଟିଂ ପାଇଁ ପ୍ରତି ଏପିସୋଡ୍ ପାଇଁ ୧୦ରୁ ୧୨ ଲକ୍ଷ ଟଙ୍କା ନିଅନ୍ତି।
ଦ୍ବିତୀୟ ସନ୍ତାନକୁ ଜନ୍ମ ଦେଲେ ଭାରତୀ, ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି
By madhulekha1 Min Read
