ରାଗିଗଲେ ମଥୁରା ନରେଶ କଂସ ମହାରାଜ । “ନଗର ପରିକ୍ରମା” ଅବସରରେ କଂସ ମହାରାଜ ପ୍ରାଚୀନ ମଥୁରାରେ ପରିଣତ ହୋଇଥିବା ବରଗଡ଼ ଉପରେ “ଶାସନ କରୁଛନ୍ତି”। ଏହାର ଏକ ଅଂଶ ଭାବରେ ସେ ପରିବହନ ବିଭାଗର ଅଧିକାରୀମାନଙ୍କୁ ଡକାଇ ସରକାରୀ ବସ୍ ଷ୍ଟାଣ୍ଡରେ ଖରାପ ପରିମଳ ଏବଂ ଅପର୍ଯ୍ୟାପ୍ତ ସୁବିଧା ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଖାଲି ସେତିକି ନୁହେଁ ମହାରାଜ କଂସ ବସଷ୍ଟାଣ୍ଡରେ ପହଞ୍ଚିଲା ବେଳକୁ ମୁଖ୍ୟ ଅଧିକାରୀ ନ ଥିବାରୁ ରାଗି ଯାଇଥିଲେ କଂସାଶୁର। ଏଥିପାଇଁ ଓଡ଼ିଶା ରାଜ୍ୟ ପରିବହନ ମଥୁରା ନଗରୀର ମୁଖ୍ୟ ଗୀତାଞ୍ଜଳି ବାରିକଙ୍କୁ ୧୨ ଲକ୍ଷ ସ୍ୱର୍ଣ୍ଣ ମୁଦ୍ରା ଫାଇନ କରିଥିଲେ। ତେବେ ଧନୁଯାତ୍ରାର ପଞ୍ଚମ ଦିନରେ ମଥିରାରେ ଜରାସନ୍ଧ ସହିତ କଂସଙ୍କ ଯୁଦ୍ଧ ଏବଂ ହେତୀ-ପ୍ରହେତୀଙ୍କ ସହିତ ବିବାହ ଅନୁଷ୍ଠିତ ସହିତ ଗୋପରେ କୃଷ୍ଣ ବଳରାମଙ୍କ ବାଲ୍ୟଲିଳା, ଜମଲାର୍ଜୁନ ଭଞ୍ଜନ, କାଲୀୟ ଦଳନ ଏବଂ ଗୋପିଙ୍କ ଦଧିବିକା ଦୃଶ୍ୟ ଅଭିନିତ ହେବ।
ରାଗିଗଲେ ମଥୁରା ନରେଶ,ପରିବହନ ଅଧିକାରୀଙ୍କ ଉପରେ ଲଗାଇଲେ ଫାଇନ
By madhulekha1 Min Read
