ଚିନ ତେନ୍ଦୁଲକର ପରିବାରରେ ବିବାହ ଉତ୍ସବ ହେବାକୁ ଯାଉଛି । ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଏବଂ ସାନିଆ ଚନ୍ଦୋକଙ୍କ ବିବାହ ତାରିଖ ଚୂଡ଼ାନ୍ତ ହୋଇଥିବା ଖବର ମିଳିଛି । ଆଇପିଏଲ ୨୦୨୬ ପୂର୍ବରୁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ବୋଲି ସୂଚନା ମିଳିଛି । ମାର୍ଚ୍ଚ ୫ ତାରିଖରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏହି ଉତ୍ସବରେ ବହୁ ଭିଆଇପି ଏବଂ ସେଲିବ୍ରିଟିମାନେ ଯୋଗ ଦେବେ । ବିବାହ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହେବ । ଏଥିରେ ନିକଟତମ ବନ୍ଧୁ ପରିଜନଙ୍କ ସହ କ୍ରିକେଟ ଦୁନିଆର ବହୁ ଖେଳାଳିମାନେ ଯୋଗ ଦେବେ ।
୨୦୨୫ ଅଗଷ୍ଟ ମାସରେ ଅର୍ଜୁନଙ୍କ ନିର୍ବନ୍ଧ ବ୍ୟକ୍ତିଗତ ସମାରୋହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବାର ଲୋକଙ୍କ ସହ ବହୁ କମ ସଦସ୍ୟ ଯୋଗ ଦେଇଥିଲେ । ମୁମ୍ବାଇର ପ୍ରତିଷ୍ଠିତ ବ୍ୟବସାୟୀ ରବି ଘାଇଙ୍କ ନାତୁଣୀ ସାନିଆ ।
ଅର୍ଜୁନ ଏଯାବତ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିପାରିନାହାନ୍ତି । ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ସେ ଖେଳିଥିବା ବେଳେ ଚଳିତ ସିଜିନରେ ଲକ୍ଷ୍ନୌ ସୁପରଜାଏଣ୍ଟ ତାଙ୍କୁ ଦଳରେ ସାମିଲ କରିଛି । ୨୦୨୬ରେ ନୂଆ ଫ୍ରାଞ୍ଚାଇଜରେ ନଜର ଆସିବେ ଅର୍ଜୁନ । ଅର୍ଜୁନ ନିଜର ଆଇପିଏଲ କ୍ୟାରିୟରରେ ମାତ୍ର ୫ଟି ମ୍ୟାଚ ଖେଳିଛନ୍ତି ।
