ମହଙ୍ଗା ପଡିଲା ମହିଳାଙ୍କୁ ରାତି ଅଧିଆ ଭେଟ। ଅଡ଼ୁଆରେ ପଡିଲେ ବାବୁ । ରାତି ଅଧରେ ହେଉଥିଲେ ଉତ୍ପାତ । ଉଠାଇ ଆଣିଲା ପୁଲିସ । ସହକର୍ମୀ ଯୁବତୀଙ୍କ ଘରେ ପଶି ଦୁଷ୍କର୍ମ ଓ ଅତ୍ୟାଚାର ମାମଲାରେ ଗିରଫ। ପରିବହନ ବିଭାଗ ଅତିରିକ୍ତ ସଚିବ ଅରୁଣ ବିଶ୍ବାଳ ଗିରଫ କରିଛି ଭୁବନେଶ୍ବର ଖାରବେଳ ନଗର ଥାନା ପୋଲିସ।ଆଜି ଥାନରେ ଲିଖିତ ଅଭିଯୋଗ ପରେ ଅରୁଣ ବିଶ୍ବାଳଙ୍କୁ ଗିରଫ କରିଛି କମିଶନରେଟ ପୋଲିସ। ତାଙ୍କ ନାଁରେ ଅଭିଯୋଗକାରିଣୀଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ । ବିଏନଏସ ଧାରା ୬୪(୨)(ବି) – କ୍ଷମତା କିମ୍ବା ପଦବୀର ଦୁରୁପଯୋଗ କରି ସହକର୍ମୀଙ୍କୁ ଦୁଷ୍କର୍ମ, ଧାରା ୧୦୯(୧) – ହତ୍ୟା ଉଦ୍ୟମ, ଧାରା ୧୧୫(୨) – ସ୍ବେଚ୍ଛାକୃତ ଭାବେ ଆଘାତ ପହଞ୍ଚାଇବା, ଧାରା ୨୯୬ – ଅଶ୍ଳୀଳ କାର୍ଯ୍ୟ, ଧାରା ୩୫୧(୨) -ଧମକ ଦେବା ଅଭିଯୋଗରେ ମାମଲା ରୁଜୁ କରାଯାଇଛି ।
ମହଙ୍ଗା ପଡିଲା ରାତି ଅଧିଆ ଭେଟ, ବନ୍ଧା ହେଲେ OAS ଅଫିସର
By madhulekha
ଅପରାଧ
