ବାଜିବ ଆଇନର ଛାଟ। ଯାତ୍ରା ପେଣ୍ଡାଲ, ଜନସାଧାରଣ ସ୍ଥାନ କିମ୍ବା କୌଣସି ପ୍ଲାଟଫର୍ମରେ ଅଶ୍ଳୀଳ ନୃତ୍ୟ କିମ୍ବା ଅଶ୍ଳୀଳ ପ୍ରଦର୍ଶନ କଲେ ବନ୍ଧା ହେବେ କଳାକାର ଓ ଆୟୋଜକ। ଅଶ୍ଳୀଳ ନୃତ୍ୟ କରି ପ୍ରଥମେ ଛତିଶଗଡରେ ୧୪ ଜଣ ବନ୍ଧା ହେଲେ। ଆଉ ଏବେ ବଲାଙ୍ଗୀର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଚନ୍ଦନବାଟି ଗ୍ରାମରେ ଅଶ୍ଳୀଳ ନୃତ୍ୟ କରିବା ମାମଲାରେ ଦୁଇ ଜଣ ଆୟୋଜକ ଗିରଫ ହୋଇଥିବା ବେଳେ ଏବେ ଝିଲ୍ଲି ମଲ୍ଲିକ ଓରଫ ନିଶା ମହାରଣା ଫେରାର ଅଛନ୍ତି। ଅନ୍ୟପଟେ ରାଜ୍ୟରେ ଅଶ୍ଳୀଳ ନୃତ୍ୟକୁ ପ୍ରଶୟ ଦିଆଯିବ ନାହିଁ ବୋଲି କହିଛନ୍ତି ଆଇନ ମନ୍ତ୍ରୀ। ଅଶ୍ଳୀଳ ନୃତ୍ୟକୁ ଏବେ ଆଉ ବରଦାସ୍ତ କରାଯିବ ନାହିଁ। ଏନେଇ ଥିବା ଆଇନକୁ କଡାକଡି ଭାବେ ପାଳନ କରିବା ପାଇଁ ଆଇନ ବିଶାରଦ ଦାବି କରିଛନ୍ତି।
ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନକାରୀଙ୍କୁ ଆଉ ନିସ୍ତାର ନାହିଁ। ବାଜିବ ଆଇନର ଛାଟ
By madhulekha1 Min Read
