ଦହିବରା ଖାଇ ୭୦ ଅସୁସ୍ଥ । ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ଗବଯୋରର ଏ ଘଟଣା । ସାପ୍ତାହିକ ହାଟରେ ଖୋଲିଥିବା ଏକ ଜଳଖିଆ ଦୋକାନୀଙ୍କ ଠାରୁ ଦହିବରା ଖାଇ ୭୦ରୁ ଅଧିକ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଘଟଣା ସ୍ଥଳରେ ମନମୁଣ୍ଡା ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀଦଳ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି। ସୂଚନା ମୁତାବକ, ଗବଯୋର ଗ୍ରାମର ସାପ୍ତାହିକ ହାଟରେ ଜଣେ ସ୍ଥାନୀୟ ଦହିବରା ବ୍ୟବସାୟୀ ନିକଟରୁ ଲୋକେ ଦହିବରା କିଣି ଖାଇଥିଲେ। ପରେ ଉକ୍ତ ବ୍ୟବସାୟୀ ଅପରାହ୍ନ ସମୟରେ ଗବଯୋର ଗ୍ରାମକୁ ଦହିବରା ବିକ୍ରି କରିବାକୁ ଆସିଥିଲା । ଗ୍ରାମରେ ଛୋଟ ପିଲା ଠାରୁ ବଡ଼ ଲୋକ ସମସ୍ତେ ଦହିବରା ଖାଇଥିଲେ। ଖାଇବା ପରେ ସନ୍ଧ୍ୟାରେ ଗ୍ରାମବସୀଙ୍କ ମୁଣ୍ଡ ବୁଲାଇବା ସହ ଝାଡ଼ା ଓ ବାନ୍ତି ଆରମ୍ଭ ହୋଇଥିଲା । ଏପରିକି ଅନେକ ଛୋଟ ଛୁଆଙ୍କ ସହ ଲୋକେ ଅସୁସ୍ଥ ହୋଇ ପଡିଥିଲେ। ଖବର ପାଇ ପଳସାଗୋରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଏକ ଟିମ୍ ଗ୍ରାମରେ ପହଁଚି ଚିକିତ୍ସା ଆରମ୍ଭ କରିଥିଲେ । ଗୁରୁତର ମାନଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି ।
ଦହିବରା ଖାଇ ୭୦ରୁ ଉର୍ଦ୍ଧ୍ଵ ଗ୍ରାମବାସୀ ଅସୁସ୍ଥ
By madhulekha1 Min Read
