ପୂଜା ପାର୍ବଣ ଆସିଲେ ଉତ୍ସବ ମୁଖର ହୋଇଉଠେ ରାଜଧାନୀ ।ଏଥର ସରସ୍ବତୀ ପୂଜାର ମା’ ବୀଣାପାଣିଙ୍କ ୬୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତିକୁ ଦର୍ଶନ କରିବେ ରାଜଧାନୀବାସୀ । ଭୁବନେଶ୍ୱର ୟୁନିଟ ୯ ୟୁଥ କ୍ଲବ ପକ୍ଷରୁ ତିଆରି ହୋଇଛି ମା’ଙ୍କ ଏହି ବିଶାଳ ମୂର୍ତ୍ତି । ଚଳିତବର୍ଷ ଜାନୁଆରୀ ୨୩ ତାରିଖରେ ସାରା ଭାରତରେ ସରସ୍ବତୀ ପୂଜା ପାଳନ କରାଯିବ । ଏହି ଅବସରରେ ରାଜଧାନୀ ଭୁବନେଶ୍ଵରରରେ ବିଭିନ୍ନ ମଣ୍ଡପରେ ମା’ ସରସ୍ଵତୀଙ୍କ ଆବାହନ ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ସାମାଜିକ ସେବା କାର୍ଯ୍ୟ ଓ ପୂଜାପର୍ବ ଆୟୋଜନ କ୍ଷେତ୍ରରେ ପ୍ରସିଦ୍ଧ ୟୁନିଟ-୯ ଚାରିଟେବୁଲ ଟ୍ରଷ୍ଟ କ୍ଲବ ଚଳିତ ବର୍ଷ ନିଆରା ତଥା ଅଧିକ ଆକର୍ଷଣୀୟ ଭାବେ ସରସ୍ବତୀ ପୂଜା ପାଇଁ ପ୍ରସ୍ତୁତି ଚଳାଇଛି । ଆକର୍ଷଣୀୟ ମେଢ଼ ସହ ମଣ୍ଡପରେ ୬୪ ଫୁଟ ଉଚ୍ଚର ମା’ ହଂସବାହିନୀଙ୍କ ମୂର୍ତ୍ତି ଓ ହଂସ ବାହନ ଝଲସିବ । ଯାହାକୁ ନେଇ ରାଜଧାନୀବାସୀ ଯେତିକି ଉତ୍ସାହିତ, ପୂଜା ମଣ୍ଡପ କର୍ମକର୍ତ୍ତା ସେତିକି ତତ୍ପର ।
ମା’ ବୀଣାପାଣିଙ୍କ ୬୪ ଫୁଟରୁ ଅଧିକ ଉଚ୍ଚର ମୂର୍ତ୍ତିକୁ ଦର୍ଶନ କରିବେ ରାଜଧାନୀବାସୀ
By madhulekha1 Min Read
