ଶୀତଦିନରେ ମାର୍କେଟରେ ମୂଳା ବହୁତ ମାତ୍ରାରେ ମିଳିଥାଏ । ମୂଳାକୁ ପ୍ରତ୍ୟେକ ଘରେ ବିଭିନ୍ନ ଉପାୟରେ ବ୍ୟବହାର କରାଯାଏ । ସେ ଭଜା ହେଉ କି ଡାଲମା, ସବୁ ଖାଦ୍ୟର ସ୍ୱାଦକୁ ମୂଳା ବଢ଼ାଇ ଦେଇଥାଏ । କିଛି ଲୋକ ଏହାକୁ ସାଲାଡ୍ ଭାବେ ଖାଉଥିବାବେଳେ ଆଉ କିଛି ଲୋକ ମୂଳା ଖାଇବାକୁ ପସନ୍ଦ କରିନଥାନ୍ତି । ଏଥିରେ ଅନେକ ଔଷଧୀୟ ଗୁଣ ରହିଛି । ଯାହା ପେଟର ଗ୍ୟାସ୍ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରେ ।ମୂଳାରେ ବହୁ ମାତ୍ରାରେ ଭିଟାମିନ ସି, ଭିଟାମିନ୍ ବି୬,ମ୍ୟାଗ୍ନେସିୟମ୍,ଫସଫରସ୍,ଆଇରନ୍, କ୍ୟାଲସିୟମ୍ ସମେତ ଅନେକ ପୁଷ୍ଟିକର ତତ୍ତ୍ବ ପ୍ରଚୁର ପରିମାଣରେ ରହିଛି ।ମୂଳା ଅନ୍ତନଳୀ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କୋଷ୍ଠକାଠିନ୍ୟ ଦୂର କରିବା ପାଇଁ ମୂଳା ସେବନ କରିବା ଉତ୍ତମ ବିକଳ୍ପ ଅଟେ । ମୂଳା ଖାଇବା ଦ୍ବାରା ରକ୍ତକୁ ମଧ୍ୟ ପରିଷ୍କାର କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହି ସବୁ ସମସ୍ୟା ପାଇଁ ଏହା ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇ ଆସୁଛି ।ଥଣ୍ଡା-କାଶ ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ । ମୂଳାରେ ବିଶେଷ କଥା ହେଉଛି ଯେ ସେ ଖାଲି ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱାଚ୍ଚାରେ ମଧ୍ୟ ଉନ୍ନତି ଆଣିଥାଏ ।
ଶୀତଦିନେ ମୂଳା, ଅନେକ ସମସ୍ୟାକୁ ଦିଏ ମୁକ୍ତି
By madhulekha1 Min Read
