ଅଣ୍ଡା ହେଉଛି ଉଚ୍ଚମାନର ପ୍ରୋଟିନ୍, ସୁସ୍ଥକର ଚର୍ବି ଏବଂ ଅତ୍ୟାବଶ୍ୟକ ଭିଟାମିନ୍ (ଭିଟାମିନ୍ D, B12, A ଏବଂ E) ର ଏକ ଭଣ୍ଡାର। ଏଥିରେ ଥିବା ସେଲେନିୟମ୍, ଆଇରନ୍ ଏବଂ କୋଲାଇନ୍ ମସ୍ତିଷ୍କର କାର୍ଯ୍ୟଦକ୍ଷତା ଓ ମେଟାବୋଲିଜିମ୍ ବଢ଼ାଇବାରେ ସାହାଯ୍ୟ କରିଥାଏ।ଡାଏଟିସିଆନ୍ଙ୍କ ଅନୁଯାୟୀ, ଜଣେ ସୁସ୍ଥ ବ୍ୟକ୍ତି ଦିନକୁ ୧ ରୁ ୨ଟି ଅଣ୍ଡା କିମ୍ବା ସପ୍ତାହକୁ ୭ଟି ଅଣ୍ଡା ନିର୍ଭୟରେ ଖାଇପାରିବେ।ଯେଉଁମାନଙ୍କର ପୂର୍ବରୁ ଉଚ୍ଚ ରକ୍ତଚାପ, ମଧୁମେହ କିମ୍ବା ହୃଦରୋଗ ରହିଛି, ସେମାନେ ଅଣ୍ଡାର କେଶର ଖାଇବା ସମୟରେ ସତର୍କ ରହିବା ଉଚିତ୍। ଏଭଳି ବ୍ୟକ୍ତିମାନେ ଡାକ୍ତରଙ୍କ ପରାମର୍ଶ ନେଇ ନିଜ ଖାଦ୍ୟରେ ଅଣ୍ଡା ସାମିଲ କରିବା ଭଲ।ସିଝା ଅଣ୍ଡା ସବୁଠାରୁ ସ୍ୱାସ୍ଥ୍ୟପ୍ରଦ ବିକଳ୍ପ ବୋଲି କୁହାଯାଇଛି। ଅଧିକ ତେଲ ବା ବଟରରେ ଭଜା ଅଣ୍ଡାର ପୁଷ୍ଟିକର ଗୁଣ କମିଯାଏ ଏବଂ ଶରୀରରେ କୋଲେଷ୍ଟ୍ରଲ ବୃଦ୍ଧି ହୋଇଥାଏ।
ଦିନକୁ କେତେଟା ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଠିକ୍ । ନଚେତ୍ ଦେଖା ଦେବ ଏଭଳି ସମସ୍ୟା
By madhulekha1 Min Read
