ଭାରତୀୟ ପରମ୍ପରାରେ ତମ୍ବା ପାତ୍ରରେ ପାଣି ପିଇବା ଖୁବ ଭଲ । ଆର୍ୟୁବେଦରେ ମଧ୍ୟ ତମ୍ବାର ଗୁଣକୁ ମାନ୍ୟତା ଦିଆଯାଇଥାଏ । ତମ୍ବାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟରୀ ଗୁଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । କିନ୍ତୁ ଏହା ସମସ୍ତଙ୍କ ପାଇଁ ଭଲ ହୋଇନଥାଏ । ତେବେ ତମ୍ବା ପାତ୍ରରେ ପାଣି ପିଇବା ଦ୍ବାରା କେଉଁ ରୋଗ ଠିକ୍ ହୁଏ ଜାଣନ୍ତୁ । ଏଥିରେ ଗ୍ୟାସ, ଏସିଡିଟି, କୋଷ୍ଠକାଠିନ୍ୟ, ଏନିମିଆ ଏବଂ ଅର୍ଥରାଇଟିସ ଭଳି ଅନେକ ରୋଗରୁ ମିଳିଥାଏ ମୁକ୍ତି । ତମ୍ବାରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ଅକ୍ସିଡାଣ୍ଟ ଏବଂ ଆଣ୍ଟି ଇନଫ୍ଲାମେଟରୀ ଗୁଣ ପାଚନ ଶକ୍ତିକୁ ମଜବୁତ କରିଥାଏ । ଏଥିସହ ବଡିକୁ ଡିଟକ୍ସ ମଧ୍ୟ କରିଥାଏ ।ରାତି ସାରା ତମ୍ବା ପାତ୍ରରେ ରହିଥିବା ପାଣି ସକାଳୁ ଖାଲି ପେଟରେ ପିଇଲେ, ଏନିମିଆରୁ ମୁକ୍ତି ମିଳିଥାଏ । ଏହା ବ୍ୟତୀତ ଏହି ପାଣି ଥାଇରଏଡ୍ ହର୍ମୋନକୁ ବାଲାନ୍ସ କରିବାରେ ସହଯୋଗ କରିଥାଏ । ଏହା ମେଟାବଲିଜିମକୁ ଠିକ୍ ରଖିଥାଏ । ଶରୀର ଭିତରେ ଥିବା ହର୍ମୋନାଲ ଅସନ୍ତୁଳନକୁ କମ୍ କରିବାରେ ସହାୟକ ହୋଇଥାଏ ।ବିଶେଷଜ୍ଞଙ୍କ ମତରେ ପ୍ରତିଦିନ ତମ୍ବା ପାତ୍ରରେ ରଖାଯାଇଥିବା ପାଣି ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ, କିନ୍ତୁ ଆପଣ କେବେ ବି ସେହି ପାତ୍ରରେ ଗରମ ପାଣି କିମ୍ବା ଲେମ୍ବୁ ମିଶାଇ ପିଇଅନ୍ତୁ ନାହିଁ କାରଣ ଏହା ତମ୍ବା ସହିତ ପ୍ରତିକ୍ରିୟା ସୃଷ୍ଟି କରିଥାଏ । ଦିନରେ ଅଧିକ ପରିମାଣରେ ତମ୍ବା ଆବୃତ ପାଣି ପିଇବା ଦ୍ବାରା ପେଟର ଜଳା-ପୋଡା,ବାନ୍ତି ଏବଂ ପେଟ ଯନ୍ତ୍ରଣା ହୋଇପାରେ । ତେବେ ଏପରି କରିବା ଠାରୁ ଦୂରରେ ରୁହନ୍ତୁ ଆଉ ନିଜକୁ ସୁସ୍ଥ ରଖନ୍ତୁ ।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ । ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
Disclaimer: ଉପରସ୍ଥ ସମସ୍ତ ବିବରଣୀ ସାଧାରଣ ସୂଚନା ଉପରେ ଆଧାରିତ। କୌଣସି ସ୍ୱାସ୍ଥ୍ୟଗତ ସମସ୍ୟା କିମ୍ବା ଖାଦ୍ୟ ଗ୍ରହଣ ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ଗ୍ରହଣ କରନ୍ତୁ।
