୨୦୨୬ରେ ହାତକୁ ଦି ହାତ ହେବେ ବିଜୟ ଦେବରକୋଣ୍ଡା ଏବଂ ରଶ୍ମିକା ମଣ୍ଡାନ୍ନା । ବର୍ତ୍ତମାନ ସେମାନଙ୍କ ବାହାଘର ତାରିଖ ପ୍ରକାଶ ପାଇଛି । ୨୬ ଫେବୃଆରୀ ୨୦୨୬ରେ ସେମାନେ ରାଜକୀୟ ଢଙ୍ଗରେ ବିବାହ କରିବାକୁ ଯାଉଛନ୍ତି । ସେମାନଙ୍କ ବାହାଘର ଉଦୟପୁରର ହେରିଟେଜ୍ ପ୍ୟାଲେସରେ ହେବ ବୋଲି କୌଣସି ଏକ ସୂତ୍ରରୁ ପ୍ରକାଶ ପାଇଛି । ଏଥିସହିତ ସେମାନଙ୍କର ପ୍ରି-ୱେଡିଙ୍ଗ୍ ଫଙ୍କସନ୍ ମଧ୍ୟ ଆୟୋଜନ ହେବ । ‘ନିଜର ନିର୍ବନ୍ଧ ପରି, ଏହି ଦମ୍ପତି କେବଳ ସେମାନଙ୍କ ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ସେମାନଙ୍କର ବିବାହକୁ ଘନିଷ୍ଠ ରଖିବାକୁ ଚାହୁଁଛନ୍ତି । ତଥାପି ସେମାନେ ସେମାନଙ୍କ ଇଣ୍ଡଷ୍ଟ୍ରିର ବନ୍ଧୁଙ୍କ ପାଇଁ ଅଲଗା ପାର୍ଟିର ଆୟୋଜନ କରିବେ କି ନାହିଁ ସେ ସମ୍ପର୍କରେ ଏପର୍ଯ୍ୟନ୍ତ ସୁଦ୍ଧା ସ୍ପଷ୍ଟ ହୋଇନାହିଁ ।
ଆସିଲା ବିଜୟ- ରଶ୍ମିକାଙ୍କ ବାହାଘର ତାରିଖ
By madhulekha1 Min Read
