ବ୍ରହ୍ମପୁର କୋର୍ଟରେ ଜଣେ ଯୁବକଙ୍କ ଆତଙ୍କରାଜ । ମାରଣାସ୍ତ୍ର ଧରି ଗୋଡାଉଥିବା ବେଳେ କାବୁ କରିଲେ ଆଇନଜୀବୀ । ଆଇନଜୀବୀ ମାନେ ଯୁକକକୁ କାବୁ କରିବା ପରେ ପୋଲିସ ହସ୍ତାନ୍ତର କଲେ । କିଛି ସମୟ ପାଇଁ କୋର୍ଟ ପରିସରରେ ଭୟର ବାତାବରଣ ଦେଖିବାକୁ ମିଳିଛି।ପ୍ରାଥମିକ ତଦନ୍ତରୁ ସେ ଜଣେ ଗଛ କଟାଳି ବୋଲି ଜଣାପଡିଛି । ସେ ମାତ୍ରାଧିକ ନିଶାପନ କରି ଏଭଳି କାଣ୍ଡ ଘଟାଇଥିବା ନେଇ ଅନୁମାନ କରାଯାଉଛି । ତେବେ ତାଙ୍କୁ କୋର୍ଟ ଭିତରକୁ କେଉଁ ଠିକାଦାର ପଠାଇଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରି ନାହିଁ । ଅନ୍ୟପଟେ କୋର୍ଟ ପରିସରରେ ମାରଣାସ୍ତ୍ର ଧରି ବୁଲିବା ସହ ଲୋକଙ୍କୁ ଆତଙ୍କିତ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ପୂର୍ବରୁ ତାଙ୍କରି ନାମରେ କୌଣସି ଅପରାଧିକ ମାମଲା ନଥିବା ଜଣାପଡିଛି।
କୋର୍ଟରେ ଯୁବକ ମାରଣାସ୍ତ୍ର ଧରି ଗୋଡାଉଥିବା ବେଳେ କାବୁ କରିଲେ ଆଇନଜୀବୀ
By madhulekha1 Min Read
