ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଜୁର୍ଲାକାନି ଗାଁରେ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଘରୋଇ କଳହରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ସ୍ଵାମୀ ଏବଂ ସ୍ତ୍ରୀ ଖାଇ ସାରିବା ପରେ କୌଣସି କଥାକୁ ନେଇ ବଚସା ହୋଇଥିଲା। କିନ୍ତୁ ଝଗଡା ଏତେ ଉଗ୍ର ରୂପ ଧାରଣ କରିଥିଲା ଯେ ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ଵାମୀ ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା।
ଖବର ପାଇ ଦେଓଗାଁ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ଵାମୀ ମାଧବ ମଲ୍ଲିକକୁ ଗିରଫ କରିଛି।
