ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ପାଇଁ ନିୟମରେ କିଛି ପରିବର୍ତ୍ତନ କରିଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଏଟିଏମ୍ ଏବଂ ସ୍ୱୟଂଚାଳିତ ଜମା-କମ-ଉଠାଣ ମେସିନ୍ ସହିତ ଜଡିତ ଚାର୍ଜକୁ ସଂଶୋଧନ କରିଛି ।ଏହି ପରିବର୍ତ୍ତନ ଅନ୍ୟ ବ୍ୟାଙ୍କର ଏଟିଏମରେ କରାଯାଉଥିବା କାରବାର ପାଇଁ ପ୍ରଯୁଜ୍ୟ ହେବ । ଏହି ପରିବର୍ତ୍ତନ ଇଣ୍ଟରଚେଞ୍ଜ ଫି ବୃଦ୍ଧି ଯୋଗୁଁ କରାଯାଇଛି ।ଏହି ପରିବର୍ତ୍ତନ ସର୍ବାଧିକ ଏସବିଆଇ ଏଟିଏମ୍ ନଥିବା ଲୋକଙ୍କ ପାଇଁ ନିର୍ଦ୍ଧାରିତ ସୀମା ଅତିକ୍ରମ କରୁଥିବା ସଞ୍ଚୟ ଏବଂ ଦରମା ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପକାଇବ । ଏସବିଆଇ ର ନିଜସ୍ୱ ଏଟିଏମରେ କରାଯାଉଥିବା କାରବାରରେ କୌଣସି ପରିବର୍ତ୍ତନ ହୋଇନାହିଁ । ତେବେ ଅଣ ଏସବିଆଇ ଏଟିଏମରୁ ନଗଦ ଉଠାଉଚ୍ଚନ୍ତି, ତେବେ ପ୍ରତିଥର ୨୩ଟଙ୍କା ଏବଂ ଜିଏସଟି ଦେବାକୁ ପଡିବ । ପୂର୍ବରୁ ଏହି ଶୁଳ୍କ ୨୧ ଟଙ୍କା ଏବଂ ଜିଏସଟି ଥିଲା । ବାଲାନ୍ସ ପଚରାଉଚରା କିମ୍ବା ମିନି ଷ୍ଟେଟମେଣ୍ଟ ଭଳି ଅଣ-ଆର୍ଥିକ କାରବାର ପାଇଁ ଶୁଳ୍କ ୧୦ଟଙ୍କା ଏବଂ ଜିଏସଟି ରୁ ହ୍ରାସ କରି ୧୧ଟଙ୍କା ଏବଂ ଜିଏସଟି କରାଯାଇଛି ।ସଞ୍ଚୟ ଖାତାଧାରକଙ୍କ ପାଇଁ ମାଗଣା କାରବାର ସୀମାରେ କୌଣସି ପରିବର୍ତ୍ତନ ହୋଇନାହିଁ। ନିୟମିତ ସଞ୍ଚୟ ଖାତା ଗ୍ରାହକମାନେ ପ୍ରତି ମାସରେ ଅଣ-ଏସବିଆଇ ଏଟିଏମରେ ମୋଟ ପାଞ୍ଚଟି ମାଗଣା କାରବାର କରିପାରିବେ, ଯେଉଁଥିରେ ଆର୍ଥିକ ଏବଂ ଅଣ-ଆର୍ଥିକ କାରବାର ଅନ୍ତର୍ଭୁକ୍ତ। ଏହି ସୀମା ଅତିକ୍ରମ କରିବା ପରେ ହିଁ ନୂତନ ଶୁଳ୍କ ଲାଗୁ ହେବ।ଦରମା ପ୍ୟାକେଜ୍ ସଞ୍ଚୟ ଆକାଉଣ୍ଟ ପାଇଁ ନିୟମ ପରିବର୍ତ୍ତନ କରାଯାଇଛି। ଏହି ଆକାଉଣ୍ଟଧାରୀଙ୍କୁ ଏବେ ସବୁଠି ଏସବିଆଇ ନଥିବା ଏଟିଏମରେ ପ୍ରତି ମାସରେ ମୋଟ ୧୦ଟି ମାଗଣା କାରବାର କରିବାକୁ ଅନୁମତି ଦିଆଯିବ।ଆହୁରି ଭଲ ଖବର ପାଇଁ ଆମକୁ ଫୋଲୋ (FoIIow) କରନ୍ତୁ । ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
ଏସବିଆଇ ଏଟିଏମରୁ ଟଙ୍କା ଉଠାଣ ହେବ ମହଙ୍ଗା ! ଦରମା ଆକାଉଣ୍ଟଧାରୀଙ୍କ ପାଇଁ ବଦଳିଲା ନିୟମ
By madhulekha1 Min Read
