ଆଜି ସୁନା ଓ ରୂପା ଦରରେ ବଡ଼ ଧରଣର ବୃଦ୍ଧି ଦେଖାଯାଇଛି। ୨୪ କ୍ୟାରେଟ, ୨୨ କ୍ୟାରେଟ ସୁନା ସହ ରୂପା ଦର ମଧ୍ୟ ରେକର୍ଡ ସ୍ତରରେ ପହଞ୍ଚିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧,୪୯,୭୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧,୩୭,୨୫୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୂପା ଦରରେ ମଧ୍ୟ ବଡ଼ ପରିବର୍ତ୍ତନ ଦେଖାଯାଇଛି। କିଲୋଗ୍ରାମ ପିଛା ରୂପା ଦର ୧୦ ହଜାର ଟଙ୍କା ବଢ଼ି ୨ ଲକ୍ଷ ୫୦ ହଜାର ଟଙ୍କାରେ ପହଞ୍ଚିଛି। ତେବେ ବଜାର ବିଶେଷଜ୍ଞମାନେ ଏକ ଚକିତ କଲା ଭଳି ପୂର୍ବାନୁମାନ କରିଛନ୍ତି । ସେମାନଙ୍କ ଅନୁସାରେ, ୨୦୩୦ ମସିହାର ପ୍ରାରମ୍ଭିକ ବର୍ଷଗୁଡ଼ିକ ସୁଦ୍ଧା ୧୦ ଗ୍ରାମ ସୁନାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଟପିଯାଇପାରେ । ବିଶ୍ୱ ବଜାରରେ ଏହାର ମୂଲ୍ୟ ପ୍ରତି ଆଉନ୍ସ ପିଛା ୧୦,୦୦୦ ଡଲାର ଅତିକ୍ରମ କରିବାକୁ ଯାଉଥିବାରୁ ଏଭଳି ଏକ ସ୍ଥିତି ଉପୁଜିବା ନେଇ ଆଶା କରାଯାଉଛି ।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ
ସୁନା-ରୂପା ଦରରେ ନିଆଁ: ଭୁବନେଶ୍ୱରରେ ରେକର୍ଡ ଛୁଇଁଲା ଅଳଙ୍କାର ମୂଲ୍ୟ
By madhulekha1 Min Read
