ସୁନା-ରୂପାର ଦରରେ ହ୍ରାସ ପାଇଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ୍ (IBJA) ଅନୁଯାୟୀ ୨୪ କ୍ୟାରେଟ୍ ୧୦ ଗ୍ରାମ୍ ସୁନାର ଦର ୧,୨୩୨ ଟଙ୍କା ହ୍ରାସ ପାଇ ୧,୩୫,୪୪୩ ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ଏହା ୧,୩୬,୬୭୫ ଟଙ୍କାରେ ଥିଲା।ସେହିପରି ୧ କିଲୋ ରୂପାର ମୂଲ୍ୟ ୧,୨୨,୨୫ ଟଙ୍କା କମ୍ ହୋଇ ୨,୩୫,୭୭୫ ଟଙ୍କାରେ ପହଞ୍ଚିଛି। ଆଗାମୀ ଦିନରେ ସୁନା-ରୂପାର ଦର ପୁନର୍ବାର ବୃଦ୍ଧି ପାଇପାରେ । ରୂପା ଦର ଏହି ବର୍ଷ ୨.୭୫ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ। ସେହିପରି ସୁନାର ଚାହିଦା ବୃଦ୍ଧି ପାଉଛି । ଏପରିକି ଏହି ବର୍ଷ ଶେଷ ପର୍ଯ୍ୟନ୍ତ ଏହା ୧.୫୦ ଲକ୍ଷ ଟଙ୍କା ପ୍ରତି ୧୦ ଗ୍ରାମ୍ ଉପରେ ଯାଇପାରେ।
ସୁନା-ରୂପାର ଦରରେ ବଡ ହ୍ରାସ
By madhulekha1 Min Read
