Author: Madhulekha

ବିଶ୍ୱବିଖ୍ୟାତ ବାଲୁକାଶିଳ୍ପୀ ତଥା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ସୁଦର୍ଶନ ପଟ୍ଟନାୟକଙ୍କ ‘ଏକ୍ସ’ ହ୍ୟାକ୍‌ କରିଛନ୍ତି ସାଇବର ଅପରାଧୀ । ୫ ଦିନ ହେବ ପୂର୍ବର ଟ୍ୱିଟର ଓ ଏକ୍ସ ହ୍ୟାକ୍ ହୋଇଛି । ଏ ନେଇ ସେ ରାଜ୍ୟ ପୋଲିସ ସାଇବର ସେଲ୍‌ରେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ ଏହା ସହିତ ‘X’ସପୋର୍ଟ ଟିମ୍କୁ ମଧ୍ୟ ଜଣାଇଛି । ତଥାପି ଏପର୍ଯ୍ୟନ୍ତ ଆକାଉଣ୍ଟଟି ପୁନଃଉଦ୍ଧାର ହୋଇନାହିଁ । ଏହା ଦ୍ୱିତୀୟଥର ପାଇଁ ମୋର ‘ଏକ୍ସ’ ହ୍ୟାକ୍ ହୋଇଛି । ମୋ ପାଖରେ ସାରା ବିଶ୍ୱରୁ ଅନେକ ଅନୁସରଣକାରୀ ଅଛନ୍ତି, ଏବଂ ମୁଁ ଆକାଉଣ୍ଟର ଦୁର୍ବ୍ୟବହାର ନେଇ ଗଭୀର ଚିନ୍ତିତ। ”

Read More

ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ବହୁତ ଖରାପ ହୋଇଗଲା। ଏହା ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍‌ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ, ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍‌ କରାଯାଇଛି। ରିପୋର୍ଟ ମୁତାବକ, AICWA ପାକିସ୍ତାନୀ ତାରକାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଭାରତରେ ପୁଣି ଥରେ ଦେଖାଯିବାକୁ ନେଇ ନିଜର ଚିନ୍ତା ବ୍ୟକ୍ତ କରିଛି।ସେ ସଙ୍ଗେ ସଙ୍ଗେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖି ପାକିସ୍ତାନୀ ସେଲିବ୍ରେଟିଙ୍କ ଆକାଉଣ୍ଟକୁ ପୁଣିଥରେ ବ୍ୟାନ କରାଯିବାର ଦାବି କରିଛି। AICWA କହିଛି ଯେ, ପାକ୍ ଷ୍ଟାର୍ସଙ୍କର ଇଣ୍ଡିଆରେ ସୋସିଆଲ ଆକ୍ଟିଭିଟି, ଆମ ସହିଦ ଯବାନଙ୍କ ବଳିଦାନର ସିଧା ଅପମାନ। ତେବେ…

Read More

ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ । କେଉଁ ଦିନ ଦର କମିଥାଏ ତ କେବେ ବଢିଥାଏ ଆଉ ପୁଣି କେବେ ସମାନ ରହିଥାଏ ।ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୮, ୯୦୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୯୦ ,୬୬୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା୯୮, ୯୦୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୬୬୦ ଟଙ୍କାକୁ ପହଞ୍ଚିଛି ।ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୯ ହଜାର ୯୦୦ ଟଙ୍କା ରହିଛି । ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ରୂପା ମୂଲ୍ୟ କିଲୋ ପ୍ରତି ୧ ଲକ୍ଷ ୧୯ ହଜାର ୯୦୦ ଟଙ୍କା ରହିଛି ।

Read More

ଟିଟିଲାଗଡ ପୂର୍ତ୍ତ ବିଭାଗ ଏଇଇ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଏଇଇ ଦିଲେଶ୍ୱର ମାଝୀଙ୍କ ଘରେ ଚଢ଼ଉ ଚାଲିଛି । ଟିଟିଲାଗଡ ଅଫିସ ଏବଂ ଘର ସହ ୬ ଟି ଜାଗାରେ ଚଢ଼ଉ ଚାଲିଛି । ଟିଟିଲାଗଡ, ସମ୍ବଲପୁର, ଝାରସୁଗୁଡ଼ା ଏବଂ ପୈତୃକ ଗାଁରେ ଜଢ଼ଉ ଜାରି ରହିଛି। ଏହି ରେଡ୍‌ରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ସମ୍ୱଲପୁର ଟାଉନ ସ୍ଥିତ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ୟୁନିଟ୍-୨ ରେ ଥିବା ଆଉ ଏକ ଦ୍ୱିମହଲା ଘର, ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ସ୍ଥିତ ଏକ ମାର୍କେଟ୍ କମ୍ପ୍ଲେକ୍ସ, ଝାରସୁଗୁଡ଼ାରେ ଥିବା ଦୁଇଟି ହାଉସିଂ ବୋର୍ଡ ଘର, ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିର ଆର ଆଣ୍ଡ ବି ସବ-ଡିଭିଜନ କାର୍ଯ୍ୟାଳୟରେ ଥିବା ଅଫିସ ଚାମ୍ବର, ବଲାଙ୍ଗୀର ଟିଟଲାଗଡ଼ରେ ଥିବା ସରକାରୀ କ୍ୱାର୍ଟର ଘରେ ଏକକାଳୀନ…

Read More

ପାଣିପାଗ ବିଭାଗ ପକ୍ଷରୁ ଓଡ଼ିଶାର ୭ଟି ଜିଲାକୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଏହି ବର୍ଷା ହେବାର ସମ୍ଭାବନା ରହିଛି। ୩ ତାରିଖଠାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ପଶ୍ଚିମ ଏବଂ ଏହାର ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ । ଗୁରୁବାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବରଗଡ଼, ସୋନପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡ଼ାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୪ ତାରିଖ ବରଗଡ଼, ବଲାଙ୍ଗୀର ଓ ସୋନପୁରରେ ପ୍ରବଳ ଏବଂ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । ୫ରେ ବର୍ଷା ପରିମାଣ ବଢ଼ିପାରେ । ଅନେକ ସ୍ଥାନରେ ବର୍ଷା ସହ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି…

Read More

ପୁରୁଣା ଗାଡିକୁ ପେଟ୍ରୋଲ ମନା। ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଆଜିଠୁ ପେଟ୍ରୋଲ ପମ୍ପରେ ପୁରୁଣା ଗାଡିକୁ ମିଳିବନି ତେଲ। ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଅଧିନରେ ଦିଲ୍ଲୀ ସରକାର ପୁରୁଣା ଗାଡ଼ିଗୁଡିକୁ ରାସ୍ତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍, ଯେଉଁ ଗାଡ଼ିଗୁଡ଼ିକ ୧୫ବର୍ଷରୁ ଅଧିକ ହୋଇସାରିଛି ସେଗୁଡ଼ିକ ଆଉ ରାସ୍ତାରେ ଗଡ଼ିବ ନାହିଁ । ପୁରୁଣା ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ସେଗୁଡ଼ିକୁ ଜବତ କରାଯିବ । ଏଣ୍ଡ-ଅଫ୍-ଲାଇଫ୍ ଭେଇକିଲ୍ ଗୁଡ଼ିକ ଉପରେ ଚାଲାଣ ମଧ୍ୟ କାଟିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଟ୍ରାନ୍ସ ପୋର୍ଟ ବିଭାଗ, ଦିଲ୍ଲୀ ମ୍ୟୁନିସପାଲ କର୍ପୋରେସନ୍ ଏବଂ ଦିଲ୍ଲୀ ପୁଲିସ୍ ପକ୍ଷରୁ ଦିଲ୍ଲୀରେ ଥିବା ସବୁ ପେଟ୍ରୋଲ ପମ୍ପ ଗୁଡିକରେ ଚେକିଂ କରାଯାଉଛି। ପୁରୁଣା ଗାଡି ଗୁଡିକୁ ଚିହ୍ନଟ କରିବା ଲାଗି ଅଟୋମେଟିକ୍ ନମ୍ବର ପ୍ଲୋଟ୍ ରିକଗ୍ନାଇଜେସନ୍ ସିଷ୍ଟମ୍ ଲଗାଯାଇଛି। ଏହି ମେସିନ୍ ପେଟ୍ରୋଲ ପମ୍ପ ଗୁଡିକୁ ଆସୁଥିବା…

Read More

ଘସିପୁରା ତହସିଲଦାର ଅଭୟ ସ୍ୱାଇଁଙ୍କୁ କାରଣ ଦର୍ଶାଅ ନୋଟିସ କଲା ରାଜସ୍ୱ ବିଭାଗ। ଲୋକଙ୍କୁ ବାହାରେ ଚପଲ ରଖି ତହସିଲ ଭିତରକୁ ଆସିବାକୁ ଅଫିସ୍ ବାହାରେ ନୋଟିସ୍ ଲଗାଇଥିଲେ ତହସିଲଦାର । ଲୋକଙ୍କୁ ବସାଇବାକୁ ଚୌକି ଦେଉନଥିଲେ ଏବଂ ଖରାପ ବ୍ୟବହାର କରୁଥିଲେ । ହେଲେ କର୍ମଚାରୀ ମାନେ ଜୋତା ପିନ୍ଧି ଅବାଧ ପ୍ରବେଶ କରୁଥିଲେ। ଏହି କାର୍ଯ୍ୟାଳୟରେ ଅଭୟ କୁମାର ସ୍ୱାଇଁ ଯୋଗଦେବା ପରଠାରୁ ଲୋକଙ୍କ ପାଇଁ ଥିବା ଚୌକିକୁ ମଧ୍ୟ ହଟାଇଥିଲେ। ହେଲେ ବଡବଡିଆ ଆସିଲେ ଚୌକି ମଗାଇ ସେମାନଙ୍କୁ ବସାଇ ଯାଉଥିବା ଅଭିଯୋଗ ହୋଇଛି। ଏ ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଆକ୍ସନକୁ ଆସିଛି ରାଜସ୍ୱ ବିଭାଗ । ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛି ରାଜସ୍ବ ବିଭାଗ ।

Read More

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସେଣ୍ଟର ଫର୍ ରେଲୱେ ଇନ୍‌ଫରମେସନ୍‌ ସିଷ୍ଟମର ୪୦ତମ ପ୍ରତିଷ୍ଠା ଦିବସ ସମାରୋହରେ ‘RailOne’ ଆପ୍ ଲଞ୍ଚ କରିଛନ୍ତି । ଏହି ଆପ୍ ପ୍ଲେଷ୍ଟୋର ଏବଂ iOS ଆପ୍ ଷ୍ଟୋର ଉଭୟରେ ଉପଲବ୍ଧ ହେବ । RailOne ଆପ୍ ଦ୍ୱାରା ଯାତ୍ରୀମାନଙ୍କର ସମସ୍ତ ଜରୁରୀ ସେବା ପୂରଣ ହେବା ସହ ଅସୁବିଧାର ମଧ୍ୟ ସମାଧାନ ହୋଇପାରିବ । ଏହି ଆପ୍‌ର ଏକ ସ୍ଵତନ୍ତ୍ର ସୁବିଧା ହେଉଛି ସିଙ୍ଗଲ୍ ସାଇନ୍-ଅନ୍। ଏଥିପାଇଁ ୟୁଜରଙ୍କୁ ଅଧିକ ପାସ୍‌ୱାର୍ଡ ମନେ ରଖିବା ଆବଶ୍ୟକ ପଡିବନି। ରେଲ୍ ୱାନ୍ ଆପ୍ ଜରିଆରେ ଯାତ୍ରୀମାନେ ସଂରକ୍ଷଣ ଟିକଟ, ଜେନେରାଲ୍ ଟିକଟ, ପ୍ଲାଟଫର୍ମ ଟିକଟ, ମାସିକ ସିଜିନ୍ ଟିକଟ ବୁକିଂ କରିପାରିବେ। ଏହା ସହ ପିଏନଆର ବି ଚେକ୍ କରିପାରିବେ। ଏହା ଟ୍ରେନ୍‌ର ରନିଂ ଷ୍ଟାଟସ୍ ବି ଦେବ। ଏହି ଆପ୍ ଜରିଆରେ ଖାଦ୍ୟ ଅର୍ଡର କରିପାରିବେ। କୌଣସି ପ୍ରକାରର ଅଭିଯୋଗ ମଧ୍ୟ କରିପାରିବେ। ସେହିପରି ସଂରକ୍ଷଣ…

Read More

ବଦଳିଲା ରାହୁଲ ଗାନ୍ଧୀଙ୍କ ଗସ୍ତ ତାରିଖ। ୯ ନୁହେଁ ୧୧ତାରିଖରେ ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ରହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେ ଓ ଏଆଇସିସି ସାଧାରଣ ସମ୍ପାଦକ କେସି ବେନୁଗୋପାଳ ଆସିବେ। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଓ ବର୍ଷକର ସରକାର ବିଫଳତାକୁ ନେଇ ଏହି ସମାବେଶ କରିବ କଂଗ୍ରେସ ।ଅନେକ ଦିନ ଧରି ରାହୁଲ ଗାନ୍ଧୀ ଓଡ଼ିଶା ଆସିନାହାନ୍ତି। ଦୀର୍ଘ ଦିନ ପରେ ରାହୁଲ ଓଡ଼ିଶା ଆସୁଥିବା କହିଛନ୍ତି, ରାଜ୍ୟ ପିସିସି ସଭାପତି ଭକ୍ତ ଦାସ ।କଂଗ୍ରେସ ପକ୍ଷରୁ ଆହୁତ ସମ୍ବିଧାନ ବଞ୍ଚାଓ ସମାବେଶରେ ଯୋଗ ଦେବେ। ବରମୁଣ୍ଡା ପଡ଼ିଆରେ ଦଳୀୟ କାର୍ଯ୍ୟକ୍ରମରେ ହେବେ ସାମିଲ ।

Read More

ଏଲନ ମସ୍କ ଟ୍ରମ୍ପଙ୍କ ବିଗ୍ ବିୟୁଟିଫୁଲ୍ ବିଲ୍‌ ବିପକ୍ଷରେ ଲଗାତର ସ୍ୱର ଉତ୍ତୋଳନ କରୁଛନ୍ତି ଏବଂ ବିଲ୍‌କୁ ବିରୋଧ କରୁଛନ୍ତି। ଏବେ ଲାଗୁଛି ଟ୍ରମ୍ପଙ୍କ ଧୈର୍ଯ୍ୟର ସୀମା ମଧ୍ୟ ଲଙ୍ଘି ଯାଇଛି ଏବଂ ସେ ବି ମସ୍କଙ୍କୁ ଧମକ ଦେଇଛନ୍ତି। ଟ୍ରମ୍ପଙ୍କ ଏହି ବିଲକୁ ପାଗଳାମୀ ଓ କରଦାତାଙ୍କ ଉପରେ ବୋଝ ବୋଲି କହିଛନ୍ତି ମସ୍କ । ସିନେଟ୍ ବିଲକୁ ମଂଜୁରୀ ଦେଲେ, ଏହାର ପରଦିନ ହିଁ ଆମେରିକା ପାର୍ଟି ନାଁରେ ଏକ ନୂଆ ରାଜନୈତିକ ଦଳ ଲଞ୍ଚ କରିବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ମସ୍କଙ୍କ ଚେତାବନୀ ପରେ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି ଟ୍ରମ୍ପ । ଏଲନ ମସ୍କଙ୍କୁ ଦୋକାନ ବନ୍ଦ କରି ଦକ୍ଷିଣ ଆଫ୍ରିକା ଫେରିବାକୁ ପଡିପାରେ ବୋଲି ଧମକ ଦେଇଛନ୍ତି ।ଟ୍ରମ୍ପ ଇଲେକ୍ଟ୍ରୋନିକ ଯାନବାହାନର ବିରୋଧୀ । ଏକଥା ରାଷ୍ଟ୍ରପତି ନିର୍ବାଚନ ବେଳେ ସାହାଯ୍ୟ କରିବା ପୂର୍ବରୁ ମସ୍କ ଜାଣିଥିଲେ ବୋଲି ଟ୍ରମ୍ପ ଲେଖିଛନ୍ତି…

Read More

ରୋଗୀକୁ ଆଣିବାକୁ ଯାଇ ଅଧା ରାସ୍ତାରେ ଫସିଲା ଆମ୍ବୁଲାନ୍ସ ।ଗାଁ କୁ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନଥିବାରୁ ରୋଗୀ ମରଣ ମୁହଁକୁ ଟାଣି ହେଉଛନ୍ତି ।ମାଲକାନଗିରି ଜିଲ୍ଲା ନାକାମାମୁଡ଼ି ପଞ୍ଚାୟତ ଅନ୍ତର୍ଗତ କରକାଗୁଡାର । ଗର୍ଭବତୀ ମହିଳାକୁ ମେଡିକାଲରେ ପ୍ରସବ ପାଇଁ ଆଣିବାକୁ ଯାଇଥିବା ଆମ୍ବୁଲାନ୍ସ ବିଳମ୍ବ ଯୋଗୁଁ ଶେଷରେ ଘରେ ପ୍ରସବ କଲେ ମହିଳା।କର୍କା ଗୁଡା ଗାଁ ର ଗର୍ଭବତୀ ମହିଳା ମାଲାବତି ବିଶୋଇ ଆମ୍ବୁଲାନ୍ସ ନ ପହଞ୍ଚିବାରୁ ନିଜ ଘରେ ପ୍ରସବ ହୋଇ ପୁତ୍ର ସନ୍ତାନ ଜନ୍ମ କରିଛି l ତାର ଧୀରେ ଧୀରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେଉଥିବା ବେଳେ ସେପଟେ ଘରେ ଆମ୍ବୁଲାନ୍ସ ପହଁଚିବା ବିଳମ୍ବ ହେଉଥାଏ । ଲୋକେ ଆମ୍ବୁଲାନ୍ସ ଡ୍ରାଇଭରକୁ ଫୋନ କଲେ ଯେତେବେଳେ ଅଧା ବାଟରେ କାଦୁଅରେ ଫସିଥିବା କହିଥିଲେ ଆମ୍ବୁଲାନ୍ସ ଡ୍ରାଇଭର ।ଶେଷରେ ଗାଁ ଲୋକେ ଟ୍ରାକ୍ଟର ଭଡା କରି ନେଇ ଆମ୍ବୁଲାନ୍ସ କୁ ଦୌଡିରେ ଟାଣି ଆଣି ଭଲ…

Read More

ଓଡିଶାର କ୍ରାଇମ୍ ବ୍ରାଞ୍ଚ ସୋସିଆଲ ମିଡିଆ ଟିମ୍ ନକଲି ୱେବସାଇଟ୍ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଦ୍ୟାବଧି କ୍ରାଇମବ୍ରାଞ୍ଚର ସାଇବର କ୍ରାଇମ୍ ୟୁନିଟ୍ ୨୩ ନକଲି ହୋଟେଲ ୱେବସାଇଟ୍ ଚିହ୍ନଟ କରିବା ସହ ସେଗୁଡ଼ିକୁ ବ୍ଲକ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।ସେଥିମଧ୍ୟରୁ ୧୫ ଟି ୱେବସାଇଟ୍ କୁ ପୂର୍ବରୁ ବ୍ଲକ କରାଯାଇଥିବା ବେଳେ ଅନ୍ୟ ୱେବସାଇଟ୍ ଗୁଡିକୁ ବନ୍ଦ କରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ମହାପ୍ରଭୁଙ୍କ ପୁରୀ ରଥଯାତ୍ରା ସମୟରେ ସାଇବର ଅପରାଧୀମାନେ ବିଭିନ୍ନ ହୋଟେଲଗୁଡ଼ିକର ନକଲି ୱେବସାଇଟ୍ ପ୍ରସ୍ତୁତ କରୁଛନ୍ତି । ସାଧାରଣ ଲୋକଙ୍କୁ ଅନଲାଇନ୍ ବୁକିଂ ଉପରେ ଆକର୍ଷଣୀୟ ରିହାତି ପ୍ରଦାନ କରିବା ନାଁରେ ଠକୁଛନ୍ତି। ଫଳରେ ଅସୁବିଧା ସମୟରେ ଏବଂ କମ ଟଙ୍କାରେ ହୋଟେଲ ଖୋଜୁଥିବା ପର୍ଯ୍ୟଟକମାନେ ଏହି ନକଲି ସାଇଟ୍‌ଗୁଡ଼ିକର ଶିକାର ହେଉଛନ୍ତି। ଏହି ନକଲି ୱେବସାଇଟ୍ ପେଜଗୁଡିକ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଏହା ଅବିକଳ ଅସଲି…

Read More