‘ଜାତୀୟ ହସ୍ତତନ୍ତ ଦିବସ’ ଅବସରରେ ଆଜି ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନ ସାଂସ୍କୃତିକ କେନ୍ଦ୍ର (RBCC) ଠାରେ ‘ସନ୍ଥ କବୀର ହସ୍ତତନ୍ତ ପୁରସ୍କାର ଏବଂ ଜାତୀୟ ହସ୍ତତନ୍ତ ପୁରସ୍କାର ୨୦୨୫’ ପ୍ରଦାନ କରାଯାଇଛି । ଭାରତର ସମୃଦ୍ଧ ହସ୍ତତନ୍ତ ଐତିହ୍ୟର ସଂରକ୍ଷଣ ଏବଂ ସମୃଦ୍ଧି ପାଇଁ ଦେଶର 22 ଜଣ କାରିଗରଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବରଗଡ଼ ଜିଲ୍ଲାର ବୁଣାକାର ରାମ ମେହେରଙ୍କୁ ‘ସନ୍ଥ କବୀର ହ୍ୟାଣ୍ଡଲୁମ୍ ପୁରସ୍କାର-୨୦୨୫’ ଏବଂ ଜଗତସିଂହପୁର ଜିଲ୍ଲାର ପ୍ରଫୁଲ୍ଲ କୁମାର ସାହୁଙ୍କୁ ‘ଜାତୀୟ ହ୍ୟାଣ୍ଡଲୁମ୍ ପୁରସ୍କାର-୨୦୨୫’ ପ୍ରଦାନ କରିଛନ୍ତି ମହାମହିମ ରାଷ୍ଟ୍ରପତି । ବରଗଡ଼ର ରାମ ମେହେର ସମ୍ବଲପୁରୀ ବାନ୍ଧ (ଇକତ୍) ବୟନ କଳାର ଜଣେ ଅଗ୍ରଣୀ ବୁଣାକାର । ଦୀର୍ଘ ବର୍ଷ ଧରି ସେ ପାରମ୍ପରିକ ବାନ୍ଧ ବୟନ କଳାର ସୁରକ୍ଷା, ସଂରକ୍ଷଣ ଓ ପ୍ରଚାର-ପ୍ରସାର ପାଇଁ କାମ କରିଆସୁଛନ୍ତି । ସେହିଭଳି ଜଗତସିଂହପୁର ଜିଲ୍ଲାର ପ୍ରଫୁଲ୍ଲ କୁମାର ସାହୁଙ୍କୁ ‘ଜାତୀୟ ହ୍ୟାଣ୍ଡଲୁମ୍ ପୁରସ୍କାର-୨୦୨୫’ ପ୍ରଦାନ କରାଯାଇଛି । ସେ ତାଙ୍କର ନିଖୁଣ ହସ୍ତତନ୍ତ କାରିଗରୀ ଦ୍ବାରା କେନ୍ଦ୍ରାପଡ଼ା ଶାଢୀ ଏବଂ ବସ୍ତ୍ରକୁ ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ତେଣୁ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।
ରାମ ମେହେରଙ୍କୁ ସନ୍ଥ କବୀର ହ୍ୟାଣ୍ଡଲୁମ୍ ପୁରସ୍କାର ଏବଂ ପ୍ରଫୁଲ୍ଲ ସାହୁଙ୍କୁ ଜାତୀୟ ହ୍ୟାଣ୍ଡଲୁମ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି
By madhulekha1 Min Read
