ମହଙ୍ଗା ମାଡ଼ରେ ହନ୍ତସନ୍ତ ହେଉଛନ୍ତି ଲୋକେ । ଦରଦାମ ବୃଦ୍ଧି ଚିନ୍ତା ବଢାଇଛି ।ଇରାନ ଯୁଦ୍ଧ କାରଣରୁ ସପ୍ଲାଇ ଚେନ୍ରେ ଅସୁବିଧା ଦେଖାଦେବା ପରେ, ଭାରତ ସରକାର ଦେଶରେ ଗ୍ୟାସ୍ ପାଇଁ ଏକ ଷ୍ଟ୍ରାଟେଜିକ୍ ଫ୍ୟୁଏଲ୍ ରିଜର୍ଭ (Strategic Fuel Reserve Scheme) ପ୍ରସ୍ତୁତ କରିବାକୁ ଯୋଜନା କରୁଛନ୍ତି।ରୟଟର୍ସ ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ୪୨ ଅରବ ଡଲାର ବା ୪ ଲକ୍ଷ କୋଟି ଟଙ୍କା ଆଦାୟ କରିବା ପାଇଁ ଯୋଜନା କରୁଛନ୍ତି । ଏହି ଅର୍ଥ ଫୁଏଲ୍ ଷ୍ଟୋରେଜ୍ ସ୍କିମ୍ ଯୋଜନାରେ ବ୍ୟବହାର ହେବ । ଏହାକୁ ରନ୍ଧନ ଗ୍ୟାସ୍ ଏବଂ ପ୍ରାକୃତିକ ଗ୍ୟାସ୍ ବ୍ୟବହାର କରୁଥିବା ଖାଉଟିଙ୍କଠୁ ଆଦାୟ କରାଯିବ । ତେବେ ସରକାରୀ ଭାବେ ଏନେଇ କିଛି କୁହାଯାଇ ନାହିଁ ।
ରିପୋର୍ଟରେ କୁହାଯାଇଛି ଯେ, ଏଲପିଜି ଏବଂ ପ୍ରାକୃତିକ ଗ୍ୟାସ୍ ବ୍ୟବହାରକାରୀଙ୍କ ଉପରେ ଏକ ଛୋଟ ଟିକସ ଲାଗିବ । ତେବେ LPG ଉପରେ ପ୍ରତି କିଲୋଗ୍ରାମରେ ୧.୨୯ ଟଙ୍କା ଶୁଳ୍କ ପ୍ରସ୍ତାବିତ ହୋଇଛି, ଯାହାଦ୍ୱାରା ଘରୋଇ ସିଲିଣ୍ଡର ପିଛା ଦାମ୍ ପ୍ରାୟ ୧୮ ଟଙ୍କା ବୃଦ୍ଧି ପାଇବ। ପ୍ରାକୃତିକ ଗ୍ୟାସ୍ (LNG) ଉପରେ ପ୍ରତି SCM (Standard Cubic Meter) ରେ ୧.୪୩ ଟଙ୍କା ଶୁଳ୍କ ପ୍ରସ୍ତାବ ଦିଆଯାଇଛି।
