ମଥୁରାର ଯମୁନା ଏକ୍ସପ୍ରେସୱେରେ କୁହୁଡ଼ି ଯୋଗୁଁ ସାତଟି ବସ୍ ଏବଂ ତିନୋଟି କାର ପରସ୍ପର ସହ ଧକ୍କା ହୋଇଥିବା ନେଇ ଖବର ସାମ୍ନାକୁ ଆସୁଛି । ଦୁର୍ଘଟଣା ପରେ ବସ୍ ଏବଂ କାରଗୁଡ଼ିକରେ ନିଆଁ ଲାଗିଯାଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଚାରି ଜଣ ପୋଡ଼ି ମୃତ୍ୟୁ ହୋଇଥିବା ସୂଚନା ରହିଛି।ସୂଚନାନୁଯାୟୀ, ଆଜି ଭୋର ପ୍ରାୟ ୪ଟାରେ ବଳଦେବ ପୋଲିସ ଷ୍ଟେସନ ଅଞ୍ଚଳର ମଲ୍ ଷ୍ଟୋନ୍ ୧୨୭ରେ ଏହି ଦୁଘର୍ଟଣା ଘଟିଥିବା ସୂଚନା ମିଳିଛି । ଗୁଳି ଫୁଟିବା ପରି ଶବ୍ଦ କରି ଅନେକ ଗାଡ଼ି ଧକ୍କା ହୋଇଥିଲା । ଜୋରରେ ବିସ୍ଫୋରଣ ହୋଇଥିଲା । ସମଗ୍ର ଗାଁ ଘଟଣାସ୍ଥଳକୁ ଦୌଡ଼ି ଆସି ତୁରନ୍ତ ସହାୟତା ପ୍ରଦାନ କରିଥିଲା । ପ୍ରାୟ ୧୫୦ ଜଣଙ୍କୁ ୨୦ ଆମ୍ବୁଲାନ୍ସରେ ହସ୍ପିଟାଲ ପଠାଯାଇଥିଲା । ଯାହାର ସୂଚନା ଜଣେ ପ୍ରତ୍ୟକ୍ଷଦର୍ଶୀ ଦେଇଛନ୍ତି । ଏହି ଦୁର୍ଘଟଣା ହେବା ଫଳରେ ଅନେକ ଲୋକଙ୍କ ଧନଜୀବନ କ୍ଷତି ହୋଇଛି ।
ମଥୁରାର ଏକ୍ସପ୍ରେସୱେରେ ୭ଟି ବସ୍ ଏବଂ ୩ ଟି କାର୍ ଧକ୍କା
By madhulekha1 Min Read
