ବର୍ତ୍ତମାନ ସମୟରେ ଡିଜିଟାଲ ପେମେଣ୍ଟର ଏକ ବଡ଼ ମାଧ୍ୟମ ପାଲଟିଛି ୟୁପିଆଇ। ପ୍ରତିଦିନ ଦେଶରେ କୋଟି- କୋଟି ୟୁପିଆଇ ଟ୍ରାଞ୍ଜାକ୍ସନ ହେଉଛି। ଦେଶରେ ଡିଜିଟାଲ୍ ପେମେଣ୍ଟକୁ ପ୍ରୋତ୍ସାହନ ଦେବା ପରେ ଏବେ ସରକାର UPI ଦେୟ ଉପରେ ପୁଣି ଥରେ ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ୍ (MDR) ଲାଗୁ କରିବାକୁ ଯୋଜନା କରୁଛନ୍ତି। ମିଳିଥିବା ସୂଚନା ଅନୁସାରେ, ₹୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ୦.୫% ପର୍ଯ୍ୟନ୍ତ MDR ଶୁଳ୍କ ଧାର୍ଯ୍ୟ କରାଯାଇପାରେ। ଏହି ସମ୍ପର୍କରେ ଆଗାମୀ ଏକ ମାସ ମଧ୍ୟରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି।ଏହି ଖବର ସାମ୍ନାକୁ ଆସିବା ପରେ ସାଧାରଣ ଗ୍ରାହକଙ୍କ ମନରେ ଆଶଙ୍କା ସୃଷ୍ଟି ହୋଇଛି। ତେବେ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ନୂଆ ନିୟମ ଦ୍ବାରା ସାଧାରଣ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଏହି ମର୍ଚ୍ଚାଣ୍ଟ ଫି’ କେବଳ ବଡ଼ ବ୍ୟବସାୟୀ ଏବଂ କର୍ପୋରେଟ୍ ପ୍ରତିଷ୍ଠାନଗୁଡ଼ିକ ଉପରେ ହିଁ ଲାଗୁ କରାଯିବ। ତେଣୁ ସାଧାରଣ ଲୋକ ପୂର୍ବପରି ମାଗଣାରେ ୟୁପିଆଇ ସେବାର ଲାଭ ଉଠାଇପାରିବେ।
୨,୦୦୦ରୁ ଅଧିକ UPI ପେମେଣ୍ଟ ଉପରେ ଏବେ ଗଣିବାକୁ ପଡ଼ିବ ଚାର୍ଜ!
By madhulekha1 Min Read
