ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ୟର ନାୟିକା ସୋନାଲିଙ୍କ ସ୍ଵାମୀ ଶ୍ରୀକ୍ଷେତ୍ର ସାମନ୍ତସିଂହାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୋନାଲିଙ୍କ ଅଭିଯୋଗକ୍ରମେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ପୋଲିସ ଭୁବନେଶ୍ବର ସ୍ଥିତ ଫରେଷ୍ଟ ପାର୍କରୁ ଶ୍ରୀକ୍ଷେତ୍ରଙ୍କୁ ଗିରଫ କରିଛି । ଗିରଫ ପଛରେ ଯାତ୍ରା ମାଲିକଙ୍କ ଷଡ଼ଯନ୍ତ୍ର ଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି ।ସ୍ବାମୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ସୋନାଲି । ଶ୍ରୀକ୍ଷେତ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ଶ୍ରୀକ୍ଷେତ୍ରଙ୍କୁ ଏବେ ପୁରୀ ଜିଲ୍ଲା ପୋଲିସ ହେଡକ୍ବାଟରରେ ରଖାଯାଇଥିବା ସୂଚନା ମିଳିଛି ।
ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ସ୍ୱାମୀ ଗିରଫ
By madhulekha1 Min Read
