ଖସୁଛି ପାରଦ ରାଜ୍ୟରେ ବଢୁଛି ଶୀତ । ଅସହ୍ୟ ଜାଡରେ ଥରହର ଓଡିଶାବାସୀ । ଗତ ସପ୍ତାହେ ଧରି ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ତେବେ ପବନର ପ୍ରବାହ ଫଳରେ ଶୀତର ପ୍ରକୋପ ଅନୁଭୂତ ହେଉଛି । ଆକାଶ ମେଘମୁକ୍ତ ରହୁଛି । ପୃଥିବୀ ବିକିରଣ ବାୟୁମଣ୍ଡଳ ଉପରି ଭାଗକୁ ଯାଉଛି । ଯାହାକି ଅଧିକ ଥଣ୍ଡା ସୃଷ୍ଟି କରୁଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।
ସେପଟେ ଗତ ୨୪ ଘଣ୍ଟାରେ ଫୁଲବାଣୀରେ ୬.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଏଥିସହିତ କଳାହାଣ୍ଡି କନ୍ଧମାଳ କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟମ ଧରଣର କୁହୁଡି ଦେଖା ଦେଇଥିବା ସୂଚନା ଦେଇଛି ପାଣିପାଗ କେନ୍ଦ୍ର । ପ୍ରବଳ ଜାଡରେ ଶୀତ ଦାଉରୁ ରକ୍ଷା ପାଇବାକୁ ଅନେକ ସ୍ଥାନରେ ଲୋକେ ନିଆଁ ପୋଇଁ ହେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ପ୍ରାତଃ ଭ୍ରମଣରେ ଯାଉଛନ୍ତି ଲୋକେ । ଶୀତ ଯୋଗୁଁ ସନ୍ଧ୍ୟା ୮ଟାରୁ ଶୂନଶାନ ହୋଇଯାଉଛି ବଜାର ଓ ରାସ୍ତା ଘାଟ ।
