ଏଆଇରେ ନିର୍ମିତ ପୋଷ୍ଟରରେ ରାଜ୍ୟ ସରକାରଙ୍କ ‘ଓଡ଼ିଶା ଶାସନ’ ଲୋଗୋ ବିକୃତ ହୋଇଛି । ଏହାକୁ ନେଇ ଏବେ ସାମାଜିକ ଗଣମାଧ୍ୟମରେ ଟ୍ରୋଲ୍ର ଶିକାର ହୋଇଛି ଉଚ୍ଚଶିକ୍ଷା ବିଭାଗ । ଅମିତ୍ କିଲ୍ହୋର ନାମକ ଜଣେ ଜଣାଶୁଣା ଜାତୀୟସ୍ତରର ଭିଡିଓ କଣ୍ଟେଣ୍ଟ କ୍ରିଏଟର ଉଚ୍ଚଶିକ୍ଷା ବିଭାଗର ଏପରି ତ୍ରୁଟିକୁ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ ତାଙ୍କ ସୋସିଆଲ୍ ମିଡିଆ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି କିପରି ଏଆଇ ବ୍ୟବହାର କରି ଉଚ୍ଚଶିକ୍ଷା ବିଭାଗ ନିଜର ପୋଷ୍ଟର ତିଆରି କରୁଛି । ଏଥିସହ ସେଥିରେ ଥିବା ଓଡ଼ିଶା ଶାସନର ଲୋଗୋଟି କିପରି ବିକୃତ କରାଯାଇଛି ତାକୁ ଦୃଷ୍ଟି ଆକର୍ଷଣ କରିଛନ୍ତି ।ଅମିତ୍ ଅଭିଯୋଗ କରି କହିଛନ୍ତି, ଉଚ୍ଚ ଶିକ୍ଷା ବିଭାଗ ପୋଷ୍ଟର ପ୍ରସ୍ତୁତ କରିବା ପାଇଁ ଏଆଇ ବ୍ୟବହାର କରୁଛି । ସେଥିରେ ରାଜ୍ୟର ଲୋଗୋକୁ ବିକୃତ କରୁଛି । ଏହା ଜାତୀୟସ୍ତରରେ ରାଜ୍ୟର ସମ୍ମାନକୁ ପକାଇବା ସହ ରାଜ୍ୟର ପ୍ରତୀକ ପ୍ରତି ମଧ୍ୟ ଅପମାନ ହେଉଛି ।ତେବେ ଅମିତଙ୍କ ପୋଷ୍ଟ ପରେ ଉଚ୍ଚଶିକ୍ଷା ତାଙ୍କ ପୋଷ୍ଟରେ କମେଣ୍ଟ କରି ଏହାକୁ ଦୃଷ୍ଟି ଆକର୍ଷଣ କରିଥିବାରୁ ଧନ୍ୟବାଦ ଜଣାଇଛି । ଏହାସହ ପୋଷ୍ଟରକୁ ମଧ୍ୟ ସଙ୍ଗେ ସଙ୍ଗେ ପରିବର୍ତ୍ତନ କରିଛି ।
ଏଆଇରେ ଓଡ଼ିଶା ଶାସନ ଲୋଗୋ ବିକୃତ ନେଇ ଟ୍ରୋଲ୍ର ଶିକାର
By madhulekha1 Min Read
