ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଉଭୟ ଜଣେ ଓଏଏସ୍ ଅଧିକାରୀଙ୍କଠାରୁ ୪ ଲକ୍ଷ ଟଙ୍କା ଠକି ନେଉଥିବାବେଳେ ଗିରଫ କରାଯାଇଛି। ଅଭିଯୁକ୍ତ ଦୁଇ ଜଣକ ସୁବର୍ଣ୍ଣପୁରର ଗଣେଶ ନନ୍ଦ ଏବଂ ପ୍ରଦୀପ ପଣ୍ଡା ବୋଲି ଜଣାପଡିଛି। ଗତକାଲି ଓଡ଼ିଶା ଭିଜିଲାନ୍ସ ଓ ରାଉରକେଲା ପୋଲିସର ମିଳିତ ଟିମ ଠକେଇ ଓ ଧମକ ଦେଇ ଟଙ୍କା ଆଦାୟ ଅଭିଯୋଗରେ ବୀରମହାରାଜପୁରରୁ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏନେଇ ବଣେଇ ଥାନାରେ ମଧ୍ୟ ମାମଲା ରୁଜୁ ହୋଇଛି । ଦୁଇ ଅଭିଯୁକ୍ତ ଗଣେଶ ପ୍ରସାଦ ନନ୍ଦ ଓ ତାଙ୍କ ସଂପର୍କୀୟ ପ୍ରଦୀପ କୁମାର ପଣ୍ଡାଙ୍କ ନାଁରେ ଏକାଧିକ ଅଭିଯୋଗ ରହିଛି । ସେମାନେ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଭିଜିଲାନ୍ସ କେସ କରିବେ କହି ଧମକାଉଥିଲେ ।ଅଭିଯୁକ୍ତ ଗଣେଶର ଟ୍ରୁ କଲର୍ ଆଇଡିରେ ଭିଜିଲାନ୍ସ ଅଫିସର ସୋ କରୁଥିଲା। ଏହି ମାମଲାରେ ପୁଲିସ୍ ଅଧିକ ତଦନ୍ତ ଜାରି ରଖିଛି।
ଭିଜିଲାନ୍ସ ଅଫିସର କହି ଓଏଏସ ଅଫିସରଙ୍କ ଠାରୁ ୪ ଲକ୍ଷ ଟଙ୍କା ଠକେଇ
By madhulekha1 Min Read
