ଆଶ୍ବସ୍ତି ଆଣିଛି କାଳବୈଶାଖୀ । ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀର ଜାରି ରହିଛି। ଆହୁରି ୪ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।ସୋମବାର ପ୍ରାୟତଃ ସମଗ୍ର ରାଜ୍ୟରେ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷକରି ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ନୟାଗଡ଼, ବୌଦ୍ଧ ଆଦି ଜିଲାକୁ ଘଡ଼ଘଡ଼ି ବିଜୁଳି ସହିତ ପ୍ରବଳ ବର୍ଷା ପବନ ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ସେହିପରି କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାକୁ କାଳବୈଶାଖୀ ସହିତ କୁଆପଥର ବୃଷ୍ଟି ନେଇ ଅରେଞ୍ଜ ଓ୍ବାର୍ନିଂ ଦିଆଯାଇଛି। ଜୁନ୍ ୪ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ପ୍ରଭାବ ରହିବ ଏବଂ ଏଥିପାଇଁ ତାପମାତ୍ରାରେ ପରିବର୍ତ୍ତନ ଦେଖାଦେଇଥିବା ସୂଚନା ଦିଆଯାଇଛି।ଏହି ଖବର ଅନ୍ୟଙ୍କୁ ସେୟାର କରନ୍ତୁ ଆଉ ଆମକୁ fallow କରନ୍ତୁ
ଆଶ୍ବସ୍ତି ଆଣିଛି କାଳବୈଶାଖୀ,ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ନେଇ ସତର୍କତା ଜାରି
By madhulekha1 Min Read
