ଆଜି ହେଉଛି ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଋତୁସ୍ରାବ ସମୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବା ଏବଂ ଏହାକୁ ନେଇ ସମାଜରେ ଥିବା ଅନ୍ଧବିଶ୍ୱାସ ତଥା ଲଜ୍ଜାବୋଧକୁ ଦୂର କରି ସଚେତନତା ସୃଷ୍ଟି କରିବା | ମାସିକ ଋତୁଚକ୍ର ସାଧାରଣତଃ ୨୮ ଦିନର ହୋଇଥାଏ ଏବଂ ମାସର ୫ ତମ ମାସ ହେଉଛି ମେ’। ତେଣୁ ପ୍ରତିବର୍ଷ ମେ’ ୨୮ ତାରିଖକୁ ଏହି ଦିବସ ପାଇଁ ଚୟନ କରାଯାଇଛି | ଜର୍ମାନୀର ‘ୱାଶ୍’ (WASH) ନାମକ ଏକ ସ୍ୱେଚ୍ଛାସେବୀ ସଂସ୍ଥା ଦ୍ୱାରା ୨୦୧୪ ମସିହାରୁ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା |ଋତୁସ୍ରାବ ହେଉଛି ଜଣେ ନାରୀ ଜୀବନର ଏକ ସ୍ୱାଭାବିକ ଏବଂ ପ୍ରାକୃତିକ ପ୍ରକ୍ରିୟା। ଏହି ସମୟରେ ଝିଅ ଓ ମହିଳାମାନଙ୍କୁ ସମାଜରେ ସହଯୋଗ ଏବଂ ସଠିକ୍ ସୂଚନା ପ୍ରଦାନ କରିବା ସମସ୍ତଙ୍କର ଦାୟିତ୍ୱ।
ଆଜି ବିଶ୍ୱବ୍ୟାପୀ ପାଳନ ହେଉଛି ଋତୁସ୍ରାବ ସ୍ୱଚ୍ଛତା ଦିବସ
By madhulekha1 Min Read
