ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ, ଭୀଷଣ ଗୁଳୁଗୁଳି। ଜୁନ୍ ୨ ଯାଏଁ ହିଟୱେଭ୍ ସତର୍କତା ଜାରି କଲା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ।ତେବେ ଅଂଶୁଘାତ ଜନିତ ମୃତ୍ୟୁକୁ ନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ପୋଷ୍ଟମର୍ଟମ ରିପୋର୍ଟକୁ ଆଧାର କରି ଅଂଶୁଘାତରେ ତିନୋଟି ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଏଥିରୁ ରକ୍ଷା ପାଇବାକୁ ଭ୍ରାମ୍ୟମାଣ ହିଟୱେଭ୍ ଶେଲଟର ନିର୍ମାଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଚଳିତ ବର୍ଷ ଅସ୍ଥାୟୀ ଭ୍ରାମ୍ୟମାଣ ହିଟୱେଭ ଶେଲଟର ନିର୍ମାଣ ହେବ। ଝାରସୁଗୁଡା NH 49ରେ ଅସ୍ଥାୟୀ ହିଟୱେଭ ଶେଲଟର ନିର୍ମାଣ ହୋଇଛି। ସ୍ଥାୟୀ ହିଟୱେଭ ଶେଲଟର ପାଇଁ ଡିଜାଇନ ପ୍ରସ୍ତୁତ ସରିଲାଣି। ଆସନ୍ତା ବର୍ଷ ଖରା ଦିନ ପୂର୍ବରୁ ସ୍ଥାୟୀ ହିଟୱେଭ ଶେଲଟର ନିର୍ମାଣ କାମ ସରିବ। ଏହି ଶେଲଟରକୁ ବହୁମୁଖୀ କରିବାକୁ ବି ଯୋଜନା ରହିଛି। ଗ୍ରୀଷ୍ମ ଦିନରେ ହିଟୱେଭ ଶେଲଟର ଓ ଅନ୍ୟ ସମୟରେ ଅଲଗା କାମରେ ବ୍ୟବହାର ହୋଇ ପାରିବ।
ରାଜ୍ୟରେ ଚାଲିବ ଭ୍ରାମ୍ୟମାଣ ହିଟୱେଭ୍ ସେଲଟର: ମନ୍ତ୍ରୀ
By madhulekha1 Min Read
